ଭଦ୍ରକ: ଆଜିଠାରୁ ଭଦ୍ରକ ଜିଲ୍ଲାରେ ଢାବା ଓ ବହି ଦୋକାନ ଖୋଲିବ ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାର ଭଣ୍ଡାରିପୋଖରୀ ଓ ବାସୁଦେବପୁର ବ୍ଲକ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଖୋଲିବ ଢାବା ଓ ବହି ଦୋକାନ।
ସକାଳ ୬ଟାରୁ ଦିନ ୧ଟା ଯାଏଁ ସବୁଦିନ ଦୋକାନ ଖୋଲିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ମୋବାଇଲ୍ ରିଚାର୍ଜ କେନ୍ଦ୍ରଗୁଡ଼ିକର କାର୍ଯ୍ୟ ସମୟ (କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ) ସକାଳ ୬ଟା ରୁ ଦିନ ୧ଟା ଯାଏଁ ପର୍ଯ୍ୟନ୍ତ ଅନୁମତି ମିଳିଛି | ତଥାପି, ଅନଲାଇନ୍ ରିଚାର୍ଜକୁ ଅଗ୍ରାଧିକାର ଦିଆଯାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତି |
ଭଣ୍ଡାରିପୋଖରୀ ଏବଂ ବାସୁଦେବପୁର ବ୍ଲକ ବ୍ୟତୀତ କେବଳ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଦ୍ୟୁତ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ଦୋକାନରେ ସାମାଜିକ ଦୂରତା ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।
Dist Admn has allowed opening of shops selling electric fans only from 6.00 am to 6.00 pm except in Bhandaripokhari and Basudevpur blocks.
— GYANA DAS (@gyana_r_das) April 23, 2020
ଜାତୀୟ ରାଜପଥ-୧୬ କଡ଼ରେ ଥିବା ଢାବାଗୁଡ଼ିକ ଖୋଲିବ ହେଲେ ଲୋକେ କେବଳ ଖାଦ୍ୟ ପାର୍ସଲ୍ ନେଇପାରିବେ। ସେଠାରେ କେହି ଖାଇପାରିବେନି ବୋଲି କୁହାଯାଇଛି। ଢାବାଗୁଡ଼ିକ ଗ୍ରାହକମାନଙ୍କୁ ଶୌଚାଳୟର ସୁବିଧା ମଧ୍ୟ ପ୍ରଦାନ କରିବେ |