ଭଦ୍ରକ : ଭଦ୍ରକ ମର୍ମନ୍ତୁଦ ଦୁର୍ଘଟଣା ଘଟାଇ ଫେରାର୍ ହୋଇଯାଇଥିବା ଟ୍ରକ୍ ଡ୍ରାଇଭର୍ଙ୍କୁ ଗିରଫ କରାଯାଇଛି। ଗିରଫ ଟ୍ରକ୍ ଡ୍ରାଇଭର ଆନ୍ଧ୍ରପ୍ରଦେଶ ଛୋଟେରା ଜିଲ୍ଲା ଅନ୍ତର୍ଗତ ବାଙ୍ଗୋରପଲ୍ଲାମ ଗ୍ରାମର ଦେବଲାମ ଭେଙ୍କଟାଦ୍ରୀ(୬୦)। ଗତକାଲି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ତାଙ୍କୁ ଆନ୍ଧ୍ରରୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।
ଗତ ୧୯ ତାରିଖ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ଡ୍ରାଇଭର୍ ଦେବଲାମଙ୍କୁ ଅଟକ ରଖିଥିଲେ। ମାତ୍ର, ସେ ପରେ କୌଶଳକ୍ରମେ ଫେରାର୍ ହୋଇଯାଇଥିଲେ। ପୁଲିସ୍ ଆନ୍ଧ୍ରପ୍ରଦେଶ ଯାଇ ଶେଷରେ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/driver.jpg)