ଭଦ୍ରକରେ ଧାନ ବୋଝେଇ ଟ୍ରକ ଉପରେ ୫୮ହଜାର ଟଙ୍କାର ଜରିମାନା

ଭଦ୍ରକ: ଧାନ ବୋଝେଇ ଗାଡିକୁ ୫୮ ହଜାର ଟଙ୍କା ଜରିମାନା । ଭଦ୍ରକରେ ଧାନ ବୋଝେଇ ଟ୍ରକକୁ ୫୮ ହଜାର ୪୦ ଟଙ୍କା ଜରିମାନ‌ା ପଡିଛି । ଓଭର ଲୋଡିଂ, ଗାଡିର ପରମିଟ ଓ ଲାଇସେନ୍ସ ନ ଥିବାରୁ ଏହି ଜରିମାନା କରିଛି ଭଦ୍ରକ ପରିବହନ ବିଭାଗ ।

ସୂଚନା ମୁତାବକ, ତିହିଡ଼ି ଅଞ୍ଚଳରୁ ଏକ ଧାନ ବୋଝେଇ ଟ୍ରକକୁ  ଯାଞ୍ଚ ପାଇଁ ଅଟକାଇଥିଲା ଭଦ୍ରକ ପରିବହନ ବିଭାଗ । ଏହାପରେ ଉକ୍ତ ଟ୍ରକର ପରମିଟ୍ ଠାରୁ ଆରମ୍ଭ କରି ପ୍ରଦୂଷଣ ସାର୍ଟିଫିକେଟ୍ ପର୍ଯ୍ୟନ୍ତ ଅଧିକାଂଶ ଦସ୍ତାବିଜ ନ ଥିବାରୁ ଏତେ ବଡ଼ ଅଙ୍କର ଜରିମାନା ଲଗାଇଛି  ଭଦ୍ରକ ପରିବହନ ବିଭାଗ ।

ସେପଟେ ଭଦ୍ରକ  ଆରଟିଓ କହିଛନ୍ତି କି, ଏଭଳି ଓଭରଲୋଡ଼ିଂ କରୁଥିବା ଗାଡ଼ିଗୁଡ଼ିକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ । ସେଗୁଡ଼ିକର ସମସ୍ତ କାଗଜପତ୍ର  କରି ଯାଞ୍ଚ କରାଯିବ । ନିୟମ ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ ବଡ଼ ଧରଣର ଜରିମାନା ଆଦାୟ କରାଯିବ । ସବୁଠାରୁ ଚିନ୍ତାର କାରଣ ହେଲା, ଗତକାଲି ଏହି ଧାନ ବୋଝେଇ ଟ୍ରକ୍ ଚାନ୍ଦବାଲି ଅଞ୍ଚଳରୁ ସମ୍ବଲପୁରକୁ ଯାଉଥିବା ସୂଚନା ମିଳିଥିଲା । ସେପେଟ ଭଦ୍ରକ ଆରଟିଓର ଏଭଳି ମାରାଥନ୍ ଯାଞ୍ଚକୁ ନେଇ ଏବେ ଆତଙ୍କିତ ହୋଇପଡ଼ିଛନ୍ତି ଚୋରା ଧାନ ବେପାରୀ ।

ସମ୍ବନ୍ଧିତ ଖବର