ଭଦ୍ରକ, ଜଗତସିଂହପୁର ଓ ଜୟପୁରରେ ଜନତା କର୍ଫ୍ୟୁକୁ ସ୍ବତଃ ସମର୍ଥନ, ସବୁଠି ଖାଁ ଖାଁ ସ୍ଥିତି

ଭୁବନେଶ୍ବର: କରୋନାର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଭୂତପୂର୍ବ ସମର୍ଥନ ମିଳୁଥିବାର ଦେଖିବାକୁ ମିଳୁଛି।

ଭଦ୍ରକରେ ଜନତା କର୍ଫ୍ୟୁ ଲାଗି ସବୁ ବନ୍ଦ ରହିଛି । ବସ୍ ଷ୍ଟାଣ୍ଡ , ରାସ୍ତା ଘାଟ ସବୁ ଖାଁ ଖାଁ । ଦୋକାନ ବଜାର ବନ୍ଦ। ସବୁ ଲୋକ ଘରେ । ତେବେ ଜରୁରୀକାଳୀନ ଅଫିସ୍ ଖୋଲା ରହିଛି।
ଠିକ୍ ସେହିପରି ଜଗତସିଂହପୁରରେ ଜନତା କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରାଯାଉଛି। ସମସ୍ତ ଦୋକାନ ବଜାର ବନ୍ଦ
କରାଯାଇଛି। ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏମିତିକି ଏ ଟି ଏମ୍, ଓମଫେଡ୍ ପାର୍ଲର ବନ୍ଦ ରହିଛି। ଲୋକମାନେ ସ୍ୱତଃ ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି।


ଜନଗହଳିପୂର୍ଣ୍ନ କୋରାପୁଟ ଜିଲ୍ଲାର ଜୟପୁର ସହରର ସବୁ ଅଞ୍ଚଳରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି।ସହରର ମେନ୍ ରୋଡ୍ ,ବସ୍ ଷ୍ଟାଣ୍ଡ , ଜାତୀୟ ରାଜପଥ-୨୬ର ଟ୍ରାଫିକ ଛକ ଓ ମହାତ୍ମାଗାନ୍ଧୀ ରୋଡ୍ ସବୁଠି ଶୁନଶାନ୍ ସ୍ଥିତି ରହିଛି।

ସମ୍ବନ୍ଧିତ ଖବର