‘ଭାଗବତ ଟୁଙ୍ଗୀ’ ପୁନରୁଦ୍ଧାର ଯୋଜନା ଫେଲ୍‌

ପଡ଼ିରହିଛି ୪୩୮ଟି ଟୁଙ୍ଗୀର ୨ କୋଟି ଟଙ୍କା, ଭାଗବତ ପ୍ରଚାର ସମିତିର ଆନ୍ଦୋଳନ ଚେତାବନୀ

କେନ୍ଦ୍ରାପଡ଼ା : ଭାଗବତ ଟୁଙ୍ଗୀ ପୁନରୁଦ୍ଧାର ପାଇଁ ସରକାରଙ୍କ ଯୋଜନାର ସୁଫଳ ମିଳି ପାରୁନାହିଁ। କେନ୍ଦ୍ରାପଡ଼ା ଜିଲ୍ଲାରେ ଚାରି ଶହରୁ ଅଧିକ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ୨କୋଟିରୁ ଅଧିକ ଟଙ୍କା ଆସିଥିଲେ ବି ତାହା ଖର୍ଚ୍ଚ ହେଇପାରୁନି। ଗଲା ପାଞ୍ଚବର୍ଷ ହେବ ଟଙ୍କା ପଡ଼ିରହିଛି। ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ବହୀନତା ତଥା ବେପରୁଆ ମନୋଭାବ ପାଇଁ ଅନୁଦାନ ଥାଇ ବି ଭାଗବତ ଟୁଙ୍ଗୀ ପୁନରୁଦ୍ଧାରରେ ଖର୍ଚ୍ଚ ହେଇ ନପାରିବା ଘଟଣା ଜିଲ୍ଲାର କଳାପ୍ରେମୀଙ୍କୁ ବ୍ୟଥିତ କରୁଛି।

ତଥ୍ୟ କହୁଛି, ଜିଲ୍ଲାର ୪୩୮ଟି ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ବିଭିନ୍ନ ପର୍ଯ୍ୟାୟରେ ୨କୋଟି ୧୯ଲକ୍ଷ ଟଙ୍କାର ଅନୁଦାନ ଆସିଛି। ୨୦୧୪-୧୫ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧୢରେ ଏହି ଅନୁଦାନ ଆସିଛି। ୨୦୧୪-୧୫ ମସିହା ପ୍ରଥମ ପର୍ଯ୍ୟାୟରେ ୫୦ଟି ଭାଗବତ ଟୁଙ୍ଗୀ ପୁନରୁଦ୍ଧାର ପାଇଁ ୨୫ହଜାର ଟଙ୍କା ଲେଖାଏଁ ଆସିଥିଲା। ପରବର୍ତୀ ଆର୍ଥିକ ବର୍ଷରେ ମଧୢ ୫୦ଟି ପାଇଁ ଅନୁରୂପ ଅନୁଦାନ ଆସିଥିଲା। ୨୦୧୬-୧୭ମସିହାରେ କିନ୍ତୁ ଅନୁଦାନ ରାଶି ସମାନ ଥିଲେ ହେଁ ଟୁଙ୍ଗୀ ସ˚ଖ୍ୟା ବଢ଼ି ୧୦୨ରେ ହେଇଥିଲା। ୨୦୧୪ରୁ ୨୦୧୭ମସିହା ମଧୢରେ ୨୦୨ଟି ଟୁଙ୍ଗୀର ପୁନରୁଦ୍ଧାର ପାଇଁ ୫୦ଲକ୍ଷ ୫୦ହଜାର ଟଙ୍କା ଆସିଥିଲା। ୨୦୧୮-୧୯ରେ ଆଉ ୨୦୨ଟି ଟୁଙ୍ଗୀ ପାଇଁ ୨୫ହଜାର ଲେଖାଏ କରି ୫୦ଲକ୍ଷ ୫୦ହଜାର ଟଙ୍କା ଦେଲେ। ହେଲେ ଏହାପରେ ଟୁଙ୍ଗୀ ପିଛା ଅନୁଦାନ ରାଶି ବଢ଼ି ୫୦ହଜାର ଟଙ୍କାରେ ପହଞ୍ଚିଲା ଏବ˚ ୨୦୧୯ରେ ୧୪୬ଟି ଟୁଙ୍ଗୀ ପାଇଁ ସରକାର ପୁଣି ୭୩ଲକ୍ଷ ଟଙ୍କା ଦେଲେ। ୨୦୧୯-୨୦ରେ ଆଉ ୯୦ଟି ଟୁଙ୍ଗୀ ପୁନରୁଦ୍ଧାର ପାଇଁ ୪୫ଲକ୍ଷ ଟଙ୍କା ଆସିଛି। ଅଥଚ ବିଡ଼ମ୍ବନାର ବିଷୟ ହେଉଛି, ସରକାର ବର୍ଷକୁ ବର୍ଷ  ଅନୁଦାନ ଦେଇଛନ୍ତି ସିନା, କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ୨ କୋଟିରୁ ଅଧିକ ଟଙ୍କା ଭାଗବତ ଟୁଙ୍ଗୀ ପୁନରୁଦ୍ଧାରରେ ଖର୍ଚ୍ଚ ନ ହେଇ ପଡ଼ିରହିଛି।

ଜିଲ୍ଲା ଭାଗବତ ଟୁଙ୍ଗୀ ପ୍ରଚାର ସମିତି ସଭାପତି ସୁରେନ୍ଦ୍ର ନାଥ ସେନାପତିଙ୍କ କହିବା କଥା ହେଉଛି, ଏହି ପ୍ରସଙ୍ଗରେ ଏକାଧିକବାର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କଠୁ ନେଇ ଜିଲ୍ଲା ସ˚ସ୍କୃତି ବିଭାଗୀୟ ଅଧିକାରୀଙ୍କୁ ଜଣାଇ ସାରିଲୁଣି। ବ୍ୟାଙ୍କ୍‌ରେ ଟୁଙ୍ଗୀ ନାଁରେ ଆକାଉଣ୍ଟ୍‌ ଖୋଲିବାକୁ କୁହାଯାଉଛି। ଆକାଉଣ୍ଟ୍‌ ଖୋଲିବାକୁ ବ୍ୟାଙ୍କ୍‌କୁ ଗଲେ କାଗଜପତ୍ର ଠିକ୍‌ ନ ଥିବା ଦର୍ଶାଇ ବ୍ୟାଙ୍କ୍‌ ଫେରାଇ ଦେବା ସହିତ ବିଡିଓଙ୍କଠୁ ଲିଖିତ ଅନୁମତି ଆଣିବାକୁ କହୁଛନ୍ତି। ମୋଟାମୋଟି କେହି ଉତ୍ତରଦାୟିତ୍ବ ନେବାକୁ ଚାହୁଁ ନାହାନ୍ତି। ସମସ୍ତେ କାଲି ହବା ନ୍ୟାୟରେ ଦିନ ଗଡ଼ାଇ ଚାଲିଛନ୍ତି। ଆଗକୁ ଏହା ବିରୋଧରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସେନାପତି ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲା ସ˚ସ୍କୃତି ପରିଷଦର ଉପାଧୢକ୍ଷ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ କହିଛନ୍ତି ଯେ ପ୍ରସଙ୍ଗ ସ˚ପର୍କରେ ଅବଗତ ଅଛି। ଖୁବ୍‌ଶୀଘ୍ର ଜିଲ୍ଲା ସ˚ସ୍କୃତି ବିଭାଗ ସହିତ ଏ ସ˚କ୍ରାନ୍ତରେ ଆଲୋଚନା କରି ଅନୁଦାନ ଅର୍ଥ ବିନିଯୋଗ ଦିଗରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର