ରାୟଗଡ଼ା: ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲା ନେଇ ରାୟଗଡ଼ା ଏସ୍ଡିଜେଏମ୍ ବର୍ଷା ଦାଶ ମଙ୍ଗଳବାର ବଡ଼ ଶୁଣାଣି କରିଛନ୍ତି। ଏହି ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏନ୍ ଭାସ୍କରଙ୍କ ସମେତ ମୋଟ ୬ ଜଣଙ୍କ ନାଁରେ ଗିରଫ ପରୱାନା (ଏନ୍ବିଡବ୍ଲୁ୍ୟ) ଜାରି କରିଛନ୍ତି। ଅନ୍ୟମାନେ ହେଲେ ୟେଲା ଭେଙ୍କେଟେଶ୍ବର ରାଓ(କୋଣ୍ଡାବାବୁ), କେ. କ୍ରୀଷ୍ନା ରାଓ, ଇପିଲି ସନ୍ୟାସି ରାଜୁ, ଏନ. ଆଦି ନାରାୟଣା ଓ ପି.ଦିଲୀପ କୁମାର। କୋର୍ଟ ସାକ୍ଷ୍ୟ ପ୍ରମାଣ ଓ ତଦନ୍ତ ରିପୋର୍ଟକୁ ଆଧାର କରି ଏହି ଶୁଣାଣି କରିଛନ୍ତି।
ଏହି ଖବର ପଢ଼ନ୍ତୁ: ସିବିଆଇ ତଦନ୍ତ ଦାବି କରିଥିଲା ଆଦିବାସୀ ମହାସଂଘ
ମାମଲାରୁ ଜଣାଯାଏ ଯେ, ୨୦୧୦ ଡିସେମ୍ବର ୧୫ ତାରିଖରେ ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିଲା। ମା’ ମଝିଘରିଆଣି ମନ୍ଦିର ଟ୍ରଷ୍ଟ ବୋର୍ଡର ବୈଠକକୁ ଯାଉଥିବା କହି ଭାଗିରଥୀ ଘରୁ ଆସି ଆଉ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ତାଙ୍କ ବାଇକ ମନ୍ଦିର ନିକଟରୁ ପାଇଥିଲେ। କିନ୍ତୁ ଭାଗିରଥୀଙ୍କ କିଛି ଖୋଜ ଖବର ମିଳିନଥିଲା। ୧୭ ତାରିଖରେ ପରିବାର ଲୋକ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ୧୯ ତାରିଖରେ ଆନ୍ଧ୍ରପ୍ରଦେଶର କମରଡ଼ା ଡ୍ୟାମରୁ ଭାସମାନ ଅବସ୍ଥାରେ ଏକ ଶବ ଉଦ୍ଧାର ହୋଇଥିଲା। ଡିଏନଏ ଟେଷ୍ଟ ପରେ ଏହା ଭାଗିରଥୀଙ୍କ ବୋଲି ଜଣା ପଡିଥିଲା। ଭାଗିରଥୀଙ୍କ ମୃତ୍ୟୁକୁ ନେଇ ସେହି ସମୟରେ ଆଦିବାସୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମାମଲାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେବା ପରେ ରାଜ୍ୟ ସରକାର ୫ ଏପ୍ରିଲ ୨୦୧୧ ରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ଏହି ମାମଲା ଉପରୁ ପରଦା ହଟାଇ ପାରିନଥିବାରୁ ପରିବାର ଲୋକଙ୍କ ଭରସା ତୁଟିଯାଇଥିଲା। ତୁରନ୍ତ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ପରିବାର ଲୋକ ଦାବି କରିଥିଲେ।
ଏହି ଖବର ପଢ଼ନ୍ତୁ: ଭରତପୁର ଥାନା ମାମଲା: ସରକାର ଜାରି କଲେ ସ୍ୱତନ୍ତ୍ର ଏସ୍ ଓ ପି
ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ଅପହରଣ ପରେ ହତ୍ୟା କରାଯାଇଥିଲା। ଏନେଇ ତାଙ୍କ ପରିବାର ଓ ଆଦିବାସୀ ସମାଜ ପକ୍ଷରୁ ଏତଲା ଦିଆଯାଇଥିଲା। ଏତଲାରେ ତତ୍କାଳୀନ ବିଜେଡି ସରକାରରେ ରାୟଗଡ଼ାର ଅନ୍ୟ ବଡ଼ ନେତା ଏନ୍.ଭାସ୍କର ରାଓଙ୍କ ହାତଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା।
ଏହି ଖବର ପଢ଼ନ୍ତୁ: ହତ୍ୟାକାରୀଙ୍କୁ ଧର ନଚେତ ଜିଲ୍ଲା ବନ୍ଦ
ଗତବର୍ଷ ନଭେମ୍ବର ୩ ତାରିଖରେ ଭାଗିରଥୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ଭାଗିରଥୀଙ୍କ ପରିବାରକୁ ନ୍ୟାୟ ଦାବିରେ ଆଦିବାସୀ ମହାସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ମୃତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ପରିବାରଙ୍କୁ ନ୍ୟାୟ ମିଳିବା ଦାବି ନେଇ ରାୟଗଡା ଜିଲ୍ଲା ଆଦିବାସୀ ମହାସଂଘର ସଭାପତି ଅପଲସ୍ୱାମୀ କଡ୍ରlକା, ସଂଯୋଜକ ବସନ୍ତ ଉଲ୍ଲlକା ଏବଂ ସାଧାରଣ ସମ୍ପାଦକ ଜଗନ୍ନାଥ ମଣ୍ଡlଙ୍ଗିଙ୍କ ନେତୃତ୍ୱରେ ରାୟଗଡା ଜିଲ୍ଲାର ୧୧ଟି ବ୍ଲକରୁ ହଜାର ହଜାର ସଂଖ୍ୟାକ ଆଦିବାସୀ ଯୁବକ ଯୁବତୀ ମାନେ କୋରାପୁଟ ଛକ ନିକଟରେ ଏକତ୍ରିତ ହୋଇ ଏକ ବିରାଟ ରାଲି କରି ସହର ପରିକ୍ରମା କରିବା ସହିତ, ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ।
ଏହି ଖବର ପଢ଼ନ୍ତୁ: ପୁଲିସ ଭ୍ୟାନରେ ବସି ସଞ୍ଚୟ ରାଏର ଚାଞ୍ଚଲ୍ୟକର ବୟାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/12/GGKnwmazbliEsdPU3fmp.jpeg)