ବିଜେପି ବିଧାୟକ ପ୍ରାର୍ଥୀ ବିଜେଡିରେ : ଭାଗୀରଥି ସେଠୀଙ୍କ ଘରବାହୁଡ଼ା

ଭୁବନେଶ୍ବର : ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଫେରାଇବା ପାଇଁ ଆଉ କେହି ନୁହେଁ, ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋରାପୁଟ ଜିଲ୍ଲାର ଜୟପୁରରେ ଆହ୍ବାନ ଦେଇଥିଲେ। ରାଜ୍ୟ ସରକାରଙ୍କୁ ଛାଡି ବିେଜପିକୁ ଭୋଟ ଦେଇ ଜିତାଇବା ପାଇଁ ନିବେଦନ କରିଥିଲେ। ଭେ‌ାଟର କି ନିଷ୍ପତ୍ତି ନେବେ, ତାହାକୁ ଆଗକୁ ଜଣାପଡିବ। ଆଜି କିନ୍ତୁ ବିେଜପିକୁ ଏକ ସାଂଘାତିକ ଝଟ୍‌କା ଲାଗିଛି। ଦଳରୁ ଲଢିବା ପାଇଁ ଟିକେଟ୍ ପାଇବା ପରେ ପୂର୍ବତନ ବିଧାୟକ ଭାଗୀରଥି ସେଠୀ ଆଜି ପଦ୍ମକୁ ମୁହଁ ମୋଡି ଶଙ୍ଖ ଫୁଙ୍କିଛନ୍ତି। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିେଜଡିରେ େଯାଗ ଦେଇଥିଲେ।

ଶ୍ରୀସେଠୀ ପୂର୍ବରୁ ବିେଜଡି ବିଧାୟକ ଥିଲେ ଓ ନିଜର ଶହ ଶହ ସମର୍ଥକଙ୍କ ସହ ବିେଜଡିରେ େଯାଗ ଦେଇଛନ୍ତି। ଶ୍ରୀସେଠୀଙ୍କ ପ୍ରତ୍ୟାବର୍ତ୍ତନରେ ବିଜେଡି ସଭାପତି ଖୁସି ବ୍ୟକ୍ତ କରିବା ସହ ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଛନ୍ତି।

ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ପୁଣି ଥରେ ଆସ୍ଥା ପ୍ରକଟ କରି ଦଳକୁ ଫେରିବା ପରେ ପୂର୍ବତନ ବିଧାୟକ ଭାଗୀରଥି ସେଠୀ କହିଛନ୍ତି, କେନ୍ଦୁଝରରେ ବିଜେପିର ସ୍ଥିତି ଠିକ୍ ନାହିଁ। ତାଙ୍କ ବିରୋଧରେ ଦଳର ତୃଣମୂଳ ସ୍ତରରେ ଷଡ଼ଯନ୍ତ୍ର ଚାଲିଥିଲା। ସେ ନିଜକୁ ସୁରକ୍ଷିତ ନମଣିବାରୁ ବିଜେପି ପରିତ୍ୟାଗ କରି ବିଜେଡିକୁ ଫେରିଛନ୍ତି। ଶ୍ରୀ ସେଠୀ ଆହୁରି କହିଛନ୍ତି, ବିଜେପି ଦଳରେ ପ୍ରବଳ ଅନ୍ତର୍ନ୍ଦ୍ବଦ୍ବ ଲାଗି ରହିଛି। ସେ ଦଳରେ ତାଙ୍କୁ ଅଣନିଃଶ୍ବାସୀ ଲାଗୁଥିଲା। ସେ ପୂର୍ବରୁ ବିଜୁ ଜନତା ଦଳରୁ ବିଧାୟକ ହୋଇଥିଲେ। ବିଜୁ ପରିବାରର ହୋଇଥିବାରୁ ସେ ପୁଣି ଥରେ ବିଜେଡିକୁ ଫେରିଛନ୍ତି। ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ସହିତ ତାଙ୍କର ରାଜନୈତିକ ଶତ୍ରୁତା ଥିବା ନେଇ ପ୍ରଶ୍ନରେ ଶ୍ରୀ ସେଠୀ କହିଥିଲେ ଯାହାସବୁ ସମସ୍ୟା ଥିଲା ତା ଏବେ ଆଉ ନାହିଁ। ସେ ଆନନ୍ଦପୁର ବିଧାନସଭା ପାଇଁ ଦଳୀୟ ଟିକେଟ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଆଜିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର