ଭଜନ ସମ୍ରାଟ ଭିକାରି ବଳଙ୍କ ସ୍ମୃତି ସମ‌ାରୋହ: ‘ସାଧନା ଓ ସମର୍ପଣ ରହିଲେ ସାଧାରଣ ଅସାଧାରଣ ହୋଇପାରେ’

କଟକ: ଏକନିଷ୍ଠ ସାଧନା, ସମର୍ପଣ ଭାବ ରହିଲେ ଜଣେ ସାଧାରଣ ଲୋକ ଅସାଧାରଣ ବ୍ୟକ୍ତିତ୍ବରେ ପରିଣତ ହୋଇପାରେ। ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଭଜନ ସମ୍ରାଟ ଭିକାରି ବଳ। ଅତ୍ୟନ୍ତ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା ଭିକାରି ବଳ ଯେଉଁ ସ୍ତରରେ ପହଞ୍ଚି ପାରିଥିଲେ ତାହା କେବଳ ତାଙ୍କର ନିରନ୍ତର ଏକନିଷ୍ଠ ସାଧନା ଯୋଗୁଁ ସମ୍ଭବ ହୋଇପାରିଥିଲା। ଭଜନ ସମ୍ରାଟ ସ୍ମୃତି ସଂସଦ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ଭିକାରି ବଳଙ୍କ ୯ମ ସ୍ମୃତି ସମାରୋହରେ ଯୋଗ ଦେଇ ବହୁ ବିଶିଷ୍ଟ ବ୍ୟକ୍ତି ଏଭଳି ମତ ରଖିଛନ୍ତି। ସଂସଦର ସଭାପତି ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ତାଙ୍କ ସଭାପତିତ୍ବରେ ଅନୁ‌ଷ୍ଠିତ ଏହି କାର୍ଯ୍ୟକ୍ରମକୁ ନିଗମ କଳ୍ପତରୁ ଆଶ୍ରମ ପ୍ରଧାନ ଆଚାର୍ଯ୍ୟ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନସଚିବ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଡକ୍ଟର ବୈଜୟନ୍ତୀ ମିଶ୍ର ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବାବେଳେ ସଂସଦର ଉପସଭାପତି ଡକ୍ଟର ବିଜୟାନନ୍ଦ ସିଂହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଡକ୍ଟର ସୁନାମଣି ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଜୀବନାନନ୍ଦ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। କଣ୍ଠଶିଳ୍ପୀ ସ୍ବାତୀଶ୍ବେତା ରାଉତ ଭିକାରି ବଳଙ୍କ ‌ଶେଷ ସଂଗୀତ ଗାନ କରିଥିଲେ। ଭକ୍ତି ସଙ୍ଗୀତ ସମାରୋହ ନିରଜ କୁମାର ଆର୍ଯ୍ୟ ପରିଚାଳନା କରିଥିବା ବେଳେ କଣ୍ଠଶିଳ୍ପୀ ସୁଧାକର ମିଶ୍ର, ରବିନାରାୟଣ ଦାସ, ଅନିନ୍ଦିତା ଦାସ, ସ୍ବାତୀଶ୍ବେତା ରାଉତ ଭଜନ ପରିବେଷଣ କରିଥିଲେ। ଡକ୍ଟର ସୁନାମଣି ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭିକାରି ବଳ ଭଜନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର