କୋମନା/ନୂଆପଡ଼ା : ମୁଁ ପ୍ରଥମେ ଭବାନୀପାଟଣା ନିର୍ବାଚନମଣ୍ତଳୀରୁ ବିଧାୟକ ଥିଲି। ପରେ କଳାହାଣ୍ତି ସାଂସଦ ଭାବେ ୩ ଥର ନିର୍ବାଚିତ େହାଇଛି। କେନ୍ଦ୍ରମନ୍ତ୍ରୀ ବି ହୋଇଛି। ଏଣିକି ଆଉ ନିର୍ବାଚନ ଲଢ଼ିବି ନାହିଁ। ଅବିଭକ୍ତ କଳାହାଣ୍ତି ଜିଲ୍ଲାବାସୀଙ୍କ ସେବା ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି। ନୂଆପଡ଼ା ଜିଲ୍ଲା କଂଗ୍ରସ ଦ୍ବାରା ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ଜନଜାଗରଣ ଯାତ୍ରାରେ ଶ୍ରୀ ଦାସ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଥିଲେ।
ସେ କହିଥିଲେ ଯେ, କେବିକେକୁ ସ୍ବତନ୍ତ୍ର ମାନ୍ୟତା ମିଳି ନାହିଁ। କୋଶଲ ରାଜ୍ୟ ଗଠନ ଉପରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ ଚାଲିଥିବା ଆନ୍ଦୋଳନକୁ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ମଧ୍ୟରେ ରାଜ୍ୟ ସରକାର ଲଢ଼େଇ କରି ଚୁପ ବସିଛନ୍ତି। ଅନେକ ଛୋଟ ଛୋଟ ରାଜ୍ୟ ବିଭାଜିତ ହୋଇ ଛତିଶଗଡ଼, ଝାଡ଼ଖଣ୍ତ ଆଦି ରାଜ୍ୟ ହୋଇଛି। ଏ ପ୍ରସଙ୍ଗରେ ସେ ଆଗକୁ ଲଢିେବ। ଏହି ଅବସରରେ ଶ୍ରୀ ଦାସଙ୍କ ସହ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ଦଲାଲରାଜ, ପିସି କାରବାର ଚାଲିଥିବା ଅଭିଯୋଗ କରି ଆଗାମୀ ଦିନରେ ଏହାର ବିରୋଧରେ ଜିଲ୍ଲାବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/bhakta-das-1.jpg)