ଭକ୍ତ ଦାସ ତେଲେଙ୍ଗାନା ସ୍କ୍ରିନିଂ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ତେଲେଙ୍ଗାନା କଂଗ୍ରେସର ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ଦାସଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏହି ନିଯୁକ୍ତି ଦେଇଛନ୍ତିି। ତାଙ୍କ ସହିତ ଜ୍ୟୋତିମଣି ସେନିମଲାଇ ଓ ଶର୍ମିଷ୍ଠା ମୁର୍ଖାଜୀ ସ୍କ୍ରିନିଂ କମିଟି ସଭ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଆଜି ଏ ନେଇ ଏଆଇସିସି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଯୋଗେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର