ଜିତିଲେ ମନୋରମା ମହାନ୍ତି, ହାରିଲେ କଂଗ୍ରେସ ନେତା ଭକ୍ତ ଦାସ

ରୁପ୍ରା: ୨୦୨୪ ସାଧାରଣ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସ୍ଥାନୀୟ ମହିଳା ବିଧାୟିକା ପ୍ରାର୍ଥିନୀ ମନୋରମା ମହାନ୍ତି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ହେଭିୱେଟ୍ ନେତା ଭକ୍ତ ଦାସଙ୍କୁ ୫୧୬୧ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ମହାନ୍ତି ଇଭିଏମ୍ ଭିଭିପାଟ୍ ରୁ ୬୭୨୨୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ୪୨୩ ଖଣ୍ଡ  ବେଲେଟ୍ ଭୋଟ୍ ପାଇଥିଲେ।  ସେହିପରି କଂଗ୍ରେସ ଦଳର ଭକ୍ତ ଦାସ ୬୧୨୩୧ ଭୋଟ୍ ସହ ୮୩୧ ଖଣ୍ଡ ବେଲେଟ୍ ଭୋଟ୍ ପାଇଥିଲେ,  ବିଜେପି ପ୍ରାର୍ଥୀ ଅନିଋଦ୍ଧ ପଧାନ ୪୬୯୩୭ ଖଣ୍ଡ ଭୋଟ୍ ଓ ୩୩୬ ବେଲେଟ୍ ଭୋଟ୍ ପାଇ  ତୃତୀୟ ସ୍ଥାନରେ ରହିଛନ୍ତି। ବିଜୟୀ ହେବାପରେ ନିଜ ପ୍ରତିକ୍ରିୟାରେ ଶ୍ରୀମତୀ ମହାନ୍ତି ଅଞ୍ଚଳର ଜନହିତକର କାର୍ଯ୍ୟ କରିବା ସହିତ ପାନୀୟଜଳ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ ଦୃଷ୍ଟି ଦେବା ସାଙ୍ଗକୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର