ସିଙ୍ଗାପୁର: ‘ସ୍ପନ୍ଦନ’ କାର୍ଯ୍ୟକ୍ରମରେ ସାମିଲ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଅରବିନ୍ଦ ମୁଦୁଲି ଭଜନରେ ମନ୍ତ୍ରମୁଗ୍ଧ ହେଲେ ଶ୍ରୋତା

ଭୁବନେଶ୍ୱର: ଓଡ଼ିଆ ଭକ୍ତି ସଙ୍ଗୀତ କଳା ଓ ସଂସ୍କୃତିର ପ୍ରଚାର ପାଇଁ ସିଙ୍ଗାପୁରରେ ‘ସ୍ପନ୍ଦନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯାହାର ଶୀର୍ଷକ ହେଉଛି ‘ଓଡିଆ ସଂସ୍କୃତିରୁ ଆଉ ପଦେ’। ‘ସ୍ପନ୍ଦନ’ କାର୍ଯ୍ୟକ୍ରମର ଆରମ୍ଭରେ ଆନ୍ତର୍ଜାତିକ ଶ୍ରୀକୃଷ୍ଣ ମନ୍ଦିର ଅନୁଷ୍ଠାନ ପକ୍ଷରୁ ପରିବେଷଣ ହୋଇଥିଲା ଶ୍ରୀଜଗନ୍ନାଥଙ୍କ କୀର୍ତ୍ତନ । ଏହି ସମାରୋହରେ ଓଡ଼ିିଶାର ବିଶିଷ୍ଟ ସଙ୍ଗୀତଜ୍ଞ ଅରବିନ୍ଦ ମୁଦୁଲି ଭଜନ ପରିବେଷଣ କରିଥିଲେ ।

ଏଥିସହିତ ସିଙ୍ଗାପୁରରେ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସାମିଲ ହୋଇ ରୁଦ୍ଧିମନ୍ତ ଓଡ଼ିଆ ସାହିତ୍ୟ, ଓଡ଼ିିଆ ମାଟିର ଗରିମାକୁ ବଖାଣିଥିଲେ । ଏହି କାର୍ଯ୍ୟକ୍ରମରେ ସିଙ୍ଗାପୁର ଓଡ଼ିିଆ ସମାଜର ମୋବାଇଲ ଆପ୍ଲିକେସନ୍‌ ମଧ୍ୟ ଉଦଘାଟନ ହୋଇଥିଲା । ସିଙ୍ଗାପୁରରେ ଥିବା ପ୍ରବାସୀ ଓଡ଼ିିଆମାନେ ବହୁ ସଂଖ୍ୟାରେ ଏହି କାର୍ଯକ୍ରମରେ ଯୋଗ ଦେଇଥିଲେ । ଓଡ଼ିିଶାର ସଂସ୍କୃତି ଓ ପରମ୍ପରା ସହ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରବାସୀ ଓଡ଼ିିଆଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

ସମ୍ବନ୍ଧିତ ଖବର