ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାକୁ ଗୁରୁତ୍ବର ସହ ନେଇଛି ରେଳ ମନ୍ତ୍ରଣାଳୟ। ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ୫ଜଣିଆ କମିଟି ପ୍ରାଥମିକ ରିପୋର୍ଟ ଦାଖଲ କରିଛି। ତେବେ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଆସନ୍ତା ୬ ତାରିଖରେ କମିସନର ଅଫ୍ ରେଲୱେ ସେଫ୍ଟି(ସିଏସ୍ଆର) ତଦନ୍ତ କରିବେ।
ଦୁର୍ଘଟଣାସ୍ଥଳ ଦକ୍ଷିଣ ପୂର୍ବ ରେଳପଥ ଅଧୀନ ଖଡ଼ଗପୁର ଡିଭିଜନ୍ରେ ଆସୁଥିବାରୁ କୋଲକାତାଠାରେ ସିଏସ୍ଆର ତଦନ୍ତ କରିବେ। ଦୁର୍ଘଟଣା ସହ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ପଚରାଉଚରା କରିବାର କାର୍ଯ୍ୟକ୍ରମ ରହିଛି। ଷ୍ଟେସନ୍ ସିଗନାଲ୍, ଟ୍ରେନ୍ର ବେଗ, ଷ୍ଟେସନ ମାଷ୍ଟରଙ୍କ ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି।