ଭୁବନେଶ୍ବର : କଳିଙ୍ଗ ଭାରତୀ ପକ୍ଷରୁ କଟକସ୍ଥିତ ଭଂଜ ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଥିବା ଭଂଜ ଜୟନ୍ତୀକୁ ସ୍ଥଗିତ ରଖାଯାଇଛି। ଆସନ୍ତା ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଚଳିତ ବର୍ଷ ଭଂଜ ଜୟନ୍ତୀର ପ୍ଲାଟିନମ ଜୁବୁଲି ପାଳିତ ହେବାପାଇଁ ସ୍ଥିର ହୋଇଥିଲା। ମାତ୍ର ବାତ୍ୟାଜନିତ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି। କେବେ ଓ କେଉଁଦିନ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ସେନେଇ ପରବର୍ତୀ ସମୟରେ ସୂଚନା ଦିଆଯିବ ବୋଲି କଳିଙ୍ଗ ଭାରତୀ ଅନୁଷ୍ଠାନର ସଭାପତି ରଜତ କୁମାର କର ସୂଚନା ଦେଇଛନ୍ତି।
ଭଂଜ ଜୟନ୍ତୀ ସ୍ଥଗିତ
/sambad/media/post_attachments/wp-content/uploads/2019/05/bjanja.png)