ଭଞ୍ଜନଗର: ଚଳିତ ବର୍ଷ ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି,ଉପସଭାପତି ଓ କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ସମସ୍ତେ ଏକମାତ୍ର ପ୍ରାର୍ଥି ଭାବେ ର୍ନିଦ୍ବନ୍ଦ ଭାବେ ବିଜୟୀ ଘୋଷିତ ହୋଇଛନ୍ତି।
ଆଇନଜୀବୀ ଲକ୍ଷ୍ମୀକାନ୍ତ ମହାପାତ୍ର ସଭାପତି,ଉପସଭାପତି ସନ୍ତୋଷ କୁମାର ବେହେରା ଓ କୋଷାଧ୍ୟକ୍ଷ ଭାବେ ସଂଗ୍ରାମ କୁମାର ମିଶ୍ର ବିଜୟ ହାସଲ କରିଛନ୍ତି। ଏଥିସହ ଆଇନଜୀବୀ ଜ୍ୟୋତିରାଜ ପତି ସମ୍ପାଦକ ଏବଂ ଗିରିଜା ଶଙ୍କର ଭୂୟାଁ ଯୁଗ୍ମ ସମ୍ପାଦକ ଭାବେ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଲଡୁ କିଶୋର ଆଳିତିଆ ସୂଚନା ଦେଇଛନ୍ତି। ଏହି ନିର୍ବାଚନରେ ୩ଟି ପଦବୀ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିଲା।
ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଟ ୨୨୦ ଜଣ ମତଦାତା ଭୋଟ ଦେଇଥିଲେ। ଅପରାହ୍ନ ୪ ଟା ପରେ ଗଣତି ଆରମ୍ଭ ହୋଇଥିଲାଏଥିରେ ନିର୍ବାଚନ ଅଧିକାରୀ ଭାବେ ଆଳତିଆଙ୍କ ସମେତ ସମେତ ତ୍ରିନାଥ ମଳିକ,ଜ୍ୟୋତି ରଞ୍ଜନ ପ୍ରଧାନ,ସ୍ନିଗ୍ଧା ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/03/29/j2vP1OjNPw7aqMw0nMOS.jpeg)