ଭଞ୍ଜନଗର: ତାରାସିଂ ନିକଟରେ ଭୋର ୩ ଟା ବେଳେ ଗୋଟିଏ ମାଲ ବୋଝେଇ ଟ୍ରକ ଚାଲୁଥିବା ବେଳେ ଜଳିଯାଇଥିଲା। ଟ୍ରକଟି ଜଳିଯାଇଥିବା ବେଳେ ଡ୍ରାଇଭର ଓ ହେଲପର ଏହି ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ତାରାସିଂ ପୁଲିସ ପହଞ୍ଚିଥିବା ବେଳେ ଦଶପଲ୍ଲା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଟ୍ରକରେ ଷ୍ଟିଲ ସାମଗ୍ରୀ ବୋଝୋଇ ହୋଇଥିବା ବେଳେ ଗାଡିଟି ସମ୍ବଲପୁର ଠାରୁ ତାମିଲନାଡୁ ରାଜ୍ୟକୁ ଯାଉଥିଲା। ତାରାସିଂ ନିକଟରେ ଗାଡିରୁ ଧୂଆଁ ବାହାରିବାର ଦେଖି ଡ୍ରାଇଭର ଗାଡିକୁ ରାସ୍ତା ଉପରେ ହିଁ ରଖିଦେଇଥିଲେ। ଡ୍ରାଇଭର ଓ ହେଲପର ଗାଡି ତଳକୁ ଆସିଯାଇଥିବା ବେଳେ କ୍ଷଣିକ ମଧ୍ୟରେ ଗାଡିରେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ଟ୍ରକଟିରେ ନିଆଁ ଲାଗିଥିବାର ଖବର ପାଇ ତାରାସିଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏହାପରେ ଦଶପଲ୍ଲୀ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ତାପୂର୍ବରୁ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଥିଲା।
ତାରାସିଂ ଠାରେ ରାସ୍ତାରେ ଜଳିଗଲା ମାଲ ବୋଝୋଇ ଟ୍ରକ, ବର୍ତ୍ତି ଗଲେ ଡ୍ରାଇଭର ଓ ହେଲପର
/sambad/media/post_attachments/wp-content/uploads/2020/01/a5de02ed-d5c5-482b-b3c0-9f975c8aa0d0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)