ଭଞ୍ଜନଗର: ବୋଲେରୋ ଓଲଟି ୧୦ ଆହତ

ଭଞ୍ଜନଗର: ରବିବାର ସକାଳେ ଜଗନ୍ନାଥ ପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ବିଡ଼ିପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ଏକ ବୋଲେରୋ ଯୋଗେ ପିକ୍‌ନିକ୍‌ କରିବାକୁ ଦାରିଙ୍ଗବାଡ଼ି ଯାଉଥିଲେ।

ଦ୍ରୁତ ବେଗରେ ଯାଉଥିବା ବୋଲେରୋଟି ବେଲଗୁଣ୍ଠା ପାଖାପାଖି ବରଗାଁ ଠାରେ କୌଣସି କାରଣରୁ ବ୍ରେକ୍‌ କଷିବାରୁ ତାହା ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି।

ରାସ୍ତାରେ ଯାଉଥିବା ଲୋକେ ପୁଲିସ ଓ ଆମ୍ବୁଲାନ୍‌ସ୍‌କୁ ଖବର ଦେଇଥିଲେ। ଆହତମାନଙ୍କୁ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ଭଞ୍ଜନଗର ଡାକ୍ତରଖାନାକୁ ପଠାଯାଇଛି।

ବେଲଗୁଣ୍ଠା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ରାସ୍ତାକଡ଼ରୁ ଉଠାଇବାକୁ ବ୍ୟବସ୍ଥା କରିଛି।

ସମ୍ବନ୍ଧିତ ଖବର