ସିଲ୍ ହେବ ଭଞ୍ଜନଗର!, ୫ କରୋନା ସଂକ୍ରମିତ କୋଭିଡ କେୟାର ସ୍ଥାନାନ୍ତର 

ଭଞ୍ଜନଗର: କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭଞ୍ଜନଗର ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକ ସିଲ୍ କରିବା ପାଇଁ ନିଷ୍ପତି ନେଇଛି ପ୍ରଶାସନ। ଆଜି ସହରର ମୁଖ୍ୟ ସଡକ ସମେତ ପୁରୁଣା ବଜାର ସାହି, ଓ ଭେଜିପୁଟ ଅଞ୍ଚଳର ପାଞ୍ଚ ଜଣଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କୁ କୋଭିଡ କେୟାରକୁ ପଠାଯାଇଛି। ଏମାନଙ୍କ ମଧ୍ୟରେ ତିନି ଜଣ ତେଜରାତି ଦୋକନି ଏବଂ ଦୁଇ ଜଣ ପରିବା ବ୍ୟବସାୟୀ ରହିଥିବା ବିଡିଓ ଅନୀଲ କୁମାର ସେଠୀ ପ୍ରକାଶ କରିଛନ୍ତି।

ଗତ ରବିବାର ଓ ସୋମବାର ଦିନ ଭଞ୍ଜନଗର ସହରର ୧୦ ଜଣଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ସେଥି ମଧ୍ୟରୁ ଆଜି ୫ ଜଣ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି। ହଠାତ୍ ସଂପୃକ୍ତ ଅଞ୍ଚଳ ଗୁଡିକୁ ସିଲ୍ କରିବା ପାଇଁ ପ୍ରଶାସନ ନିଷ୍ପତି ନେଇଛି। ଏଥି ନିମନ୍ତେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ଲୋକ ମାନଙ୍କୁ ସୁଚନା ଦିଆଯାଇଛି। ସହରର ଖାଲା ସାହି ଛକ ଠାରୁ ଥାନା ଛକ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବ, ପୁରୁଣା ବଜାର ସାହି ମାର୍କେଟ୍ କମ୍ପ୍ଲେି କ୍ସ୍ ପଛ ପାଖ ବଜାର ଏବଂ ଏଲ୍ଆଇସି ଅଫିସ୍ ଛକ ଠାରୁ ଭେଜିପୁଟ୍ ଗୋଲାସାହି ଏବଂ ସେଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଉଭୟ ପାର୍ଶ୍ବ ସଂପୂର୍ଣ୍ଣ ବନ୍ଦ କରାଯିବା ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯାଇଛି।

ଏହି ସବୁ ଅଞ୍ଚଳର ଲୋକମାନେ ଘରୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହସହ ଏହି ସବୁ ଅଞ୍ଚଳର ଦୋକନ ବଜାର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୁଚନା ଦିଅଯାଇଛି।ଏହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିବା ବିଡିଓ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର