ସୁନ୍ଦରଗଡ଼: ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମିଳୁଥିବା ସଂରକ୍ଷଣରୁ ଲହୁଣି ପରସ୍ତ (କ୍ରିମି ଲେୟାର )ଙ୍କୁ ବାଦ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପ୍ରତିବାଦ କରିଛି ଆଦିବାସୀ ଓ ଦଳିତ ମଞ୍ଚ ସମୂହ।

Advertisment

publive-image
ପ୍ରତିବାଦରେ ସର୍ବ ଭାରତୀୟ ସ୍ତରରେ ଦିଆଯାଇଥିବା ବନ୍ଦ ଡାକରାକ୍ରମେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବନ୍ଦର ମହାପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ ସୁନ୍ଦରଗଡ଼
ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଜିଲ୍ଲା ସଦର ମହକୁମା ସମେତ ସମଗ୍ର ଜିଲ୍ଲାରେ ବସ୍, ଟ୍ରକ ଆଦି ସମସ୍ତ ପ୍ରକାର ଯାନବାହନ ସେବା ବନ୍ଦ ରହିଥିବାବେଳେ ସ୍କୁଲ କଲେଜ, ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ତାଲା ପଡ଼ିଛି। କେବଳ ଅତ୍ୟାବଶ୍ୟକ ଜରୁରୀ ସେବାକୁ ବାଦ ଦେଲେ ସବୁ କିଛି ବନ୍ଦ ରହିଛି । ସକାଳ ୯ଟାରେ ଡିଆରଡିଏ ଛକରୁ ମିଳିତ ମଞ୍ଚ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସର୍ବୋଚ୍ଚ ନ୍ୟାୟାଳୟ ରାୟର ପୁନର୍ବିଚାର କରିବାକୁ ଦାବି କରିଛି।