ବାରିପଦା : ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ୍, ସିଆଇଟିୟୁ, ଏଆଇୟୁଟିସି ଆଦି ୧୦ଟି ବିଭିନ୍ନ ଟ୍ରେଡ଼ ୟୁନିୟନ ସହ ବ୍ୟାଙ୍କ, ବୀମା ଓ ଡ଼ାକ ବିଭାଗ କର୍ମଚାରୀ ସଂଘ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ସ୍ୱାଧୀନ ଫେଡେରେସନ ସମୂହର ମିଳିତ ମଞ୍ଚ ପକ୍ଷରୁ ଦିଆ ଯାଇଥିବା ସର୍ବଭାରତୀୟ ଧର୍ମଘଟ ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦାରେ ଆଂଶିକ ପ୍ରଭାବ ପକାଇଥିବା ପରିଲକ୍ଷିତ ହୋଇଛି। ବାରିପଦା ସହରରେ ସମସ୍ତ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ଆଦି ସ୍ୱଭାଭିକ ଭାବେ କାର୍ଯ୍ୟ ଚାଲିଥିବା ବେଳେ ବ୍ୟାଙ୍କ, ଡ଼ାକ ଓ ତାର ବିଭାଗ, କୋର୍ଟ, କଟେରୀ ଆଦି ବନ୍ଦ ରହିଥିଲା ।
/sambad/media/post_attachments/wp-content/uploads/2020/11/bandh-4-300x139.jpg)
ପୂର୍ବାହ୍ନ ୧୦.୧୫ ସମୟରେ ଜିଲ୍ଲା ଓ ଦୌରା ଜଜ୍ ଆଦାଲତକୁ ଆସିଥିବା ସମୟରେ ମୁଖ୍ୟ ଫାଟକ ସମ୍ମୁଖରେ ଆଇନଜୀବୀମାନେ ତାଙ୍କୁ ଆଜିର କାମ କାର୍ଯ୍ୟ ବନ୍ଦ ରଖିବା ନିମନ୍ତେ ହାତ ଯୋଡ଼ି ଅନୁରୋଧ କରିଥିଲେ । ଫଳରେ ଜିଲ୍ଲା ଓ ଦୌରା ଜଜ୍ ସଞ୍ଜୟ ରଞ୍ଜନ ବହିଦାର ଫାଟକ ଭିତରକୁ ଆସି ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ଅନ୍ୟ ବିଚାରପତି ଓ ଆଇନଜୀବୀମାନଙ୍କ ଗହଣରେ ସମ୍ବିଧାନ ସୁରକ୍ଷା ନିମନ୍ତେ ଶପଥ ପାଠ କରାଇ ଫେରିଯାଇଥିଲେ । ସେହିପରି ପୂର୍ବାହ୍ନ ୧୦.୪୦ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକାରୀମାନେ ପିକେଟିଂ କରୁଥିବା ସମୟରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଭିତରକୁ ପ୍ରବେଶ କରି ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ କାମ କାର୍ଯ୍ୟ ଆରମ୍ଭ କରିଥିଲେ । ସେହିପରି ବାରିପଦା ଉପଜିଲ୍ଲାପାଳ, ବାରିପଦା ପୌରପରିଷଦ ଆଦି ଖୋଲା ରହିଥିବାର ଦେଖିବାକୁ ମିଳିଥିଲା।
ଏହି ଆନ୍ଦୋଳନରେ କଂଗ୍ରେସର ଜିଲ୍ଲା ସଭାପତି ହେମନ୍ତ ଦାସ, ବିଜନ ଦାସ, ଜ୍ୟୋତିପ୍ରକାଶ ରଥ, ଶାନ୍ତନୁ ପାଲ ପ୍ରମୁଖଙ୍କ ସମେତ ଏଆଇଟିୟୁସିର ଜିଲ୍ଲା ସଭାପତି ଜଗବନ୍ଧୁ ମିଶ୍ର, ସିଆଇଟିୟୁର ଅମଲ ଦେ, ରବି ଗୋସ୍ୱାମୀ, ଏଚଏମଏସର ସିନ୍ ଗୋଲତା ମାଝିଙ୍କ ନେତୃତ୍ୱରେ ସୁଦର୍ଶନ ରାଉଳ, ଶ୍ରକାନ୍ତ ସାମଲ, ରଘୁନାଥ ପଣ୍ଡା, ମଦନ ମୋହନ ଜେନା, କ୍ଷିତିଶ ସାସମଲ, ମୁନା ପାତ୍ର, ସଞ୍ଜୟ କୁମାର ଜେନା, ମନୋରଞ୍ଜନ ପରିଡ଼ା, ମହେଶ୍ୱର ବେହେରା, ନାଥ ସିଂ , ଗୋବିନ୍ଦ ଚନ୍ଦ୍ର ମାଝି, ବିଷ୍ଣୁପ୍ରିୟା ମହାନ୍ତ, କମଲ ମହାନ୍ତ, ସଞ୍ଜୀବ କୁମାର ଦାସ, ମଙ୍ଗଲ ସିଂ, ଅନୀଲ ଚନ୍ଦ୍ର ମହାନ୍ତ, ସେକ୍ କେସାଦ ରାୟ, ସେକ୍ ଡାଡିଏଜୁଆଲ, ଶକ୍ତିପଦ ସାହୁ, ରବୀନ୍ଦ୍ର ପ୍ରଧାନ, ଶୀନିବାସ ଗିରି, ରଇବାରୀ ସିଂ, ବୁଧୁରାମ ସିଂ, ରଘୁନାଥ ସିଂ, ଶରତ ଚନ୍ଦ୍ର ମହାନ୍ତ, ଅନୀଲ ମହାନ୍ତ, ଅଶୋକ ଭଞ୍ଜଦେଓ, ସୁବାଷ ଚନ୍ଦ୍ର ତ୍ରିପାଠୀ, ଅରୁଣ ସେଠୀ, ରାଜେଶ ଭୂୟାଁ, ସମ୍ବିତ ସାମଲ, ପ୍ରିତିପର୍ଣ୍ଣା ଦାସ ପ୍ରମୁଖ ଯୋଗ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/bandh3.jpg)