ଭୁବନେଶ୍ବର : ଟିକା ପ୍ରସ୍ତୁତକାରୀ କମ୍ପାନି ଭାରତ ବାୟୋଟେକ୍ ଭୁବନେଶ୍ବର ନିକଟସ୍ଥ ଅନ୍ଧାରୁଆରେ ନିଜର ଉତ୍ପାଦନ ୟୁନିଟ୍ ଆରମ୍ଭ କରିବାକୁ ଯାଉଛି। ଆସନ୍ତାବର୍ଷ ଜୁନ୍ ମାସରେ ଏଠାରେ ଟିକା ଉତ୍ପାଦନ ଆରମ୍ଭ ହେବ। ତେବେ ଭାରତ ବାୟୋଟେକ୍ର ମୁଖ୍ୟ କ୍ରୀଷ୍ଣା ଇଲ୍ଲା ଓଡ଼ିଶା ଗସ୍ତରେ ଆସିବା ସହିତ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ମନୋଜ ମିଶ୍ରଙ୍କ ସହିତ ଆଲୋଚନା କରିଛନ୍ତି। ହାଇଦ୍ରାବାଦ୍ ବାହାରେ କମ୍ପାନି ନିଜର ସର୍ବାଧିକ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବାକୁ ଯାଉଛି। ଏ ଦୃଷ୍ଟିରୁ ୟୁନିଟ୍ର ଅଗ୍ରଗତି ନେଇ ସେ ଆଲୋଚନା କରିଥିବା ଜଣାପଡ଼ିଛି। ଭାରତ ବାୟୋଟେକ୍ ପକ୍ଷରୁ ଅନ୍ଧାରୁଆ ୟୁନିଟ୍ରେ ୧୦ ପ୍ରକାରର ଟିକା ପ୍ରସ୍ତୁତ କରାଯିବ। ଏଥିରେ ରୋଟାଭାଇରସ, ମ୍ୟାଲେରିଆ, ଜେଇ, ରାବିଜ୍ ଓ ଅନ୍ୟ ଟିକା ପ୍ରସ୍ତୁତ କରାଯିବ। ଏଥିପାଇଁ କମ୍ପାନି ପକ୍ଷରୁ ୩ଶହ କୋଟି ଟଙ୍କା ନିବେଶ କରାଯିବ।
ଭୁବନେଶ୍ବରରେ ଭାରତ ବାୟୋଟେକ୍ ମୁଖ୍ୟ କ୍ରୀଷ୍ଣା ଇଲ୍ଲା
/sambad/media/post_attachments/wp-content/uploads/2021/08/bharat-biotech.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)