ଭୁବନେଶ୍ୱର : ‘ଟୁରିଷ୍ଟ ସ୍ପେସାଲ ଟ୍ରେନ୍’ ଚଳାଚଳର ସଫଳତା ପରେ ଭାରତୀୟ ରେଳପଥ ପକ୍ଷରୁ ଦକ୍ଷିଣ ଭାରତକୁ ଏକ ପର୍ଯ୍ୟଟନ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରି ୨ ତାରିଖ ରାତି ୧୦ଟାରେ ଭୁବନେଶ୍ୱରରୁ ଛାଡ଼ିବ। ଏହା ରାମେଶ୍ୱରମ୍, ମଦୁରାଇ ଓ ତିରୁପତି ଦର୍ଶନ ପାଇଁ ଯାତ୍ରା କରିବ। ଯେଉଁମାନେ ଏହି ସବୁ ସ୍ଥାନକୁ ଦର୍ଶନ ପାଇଁ ଯିବାକୁ ନିଶ୍ଚିତ ଟିକେଟ୍ ପାଇପାରୁ ନାହାନ୍ତି କିମ୍ବା ଉପରୋକ୍ତ ନିର୍ଦ୍ଦିଷ୍ଟ ଧାର୍ମିକ ଗନ୍ତବ୍ୟ ସ୍ଥାନକୁ ସିଧାସଳଖ ଟ୍ରେନ୍ ନାହିଁ, ସେମାନେ ଏହି ଟ୍ରେନ୍ ଦ୍ୱାରା ଭୁବନେଶ୍ୱରରୁ ଦକ୍ଷିଣ ଭାରତକୁ ଯାଇପାରିବେ। ଟୁରିଷ୍ଟ ପ୍ୟାକେଜ୍ ବ୍ୟବସ୍ଥା ସହ ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ୍, ବିଜୟନଗରମ୍, ବିଶାଖାପାଟଣା ଓ ବିଜୟୱାଡ଼ାରୁ ଯାତ୍ରୀମାନେ ଏହି ଟ୍ରେନ୍ର ସୁବିଧା ନେଇପାରିବେ।
କେବଳ ୮ ହଜାର ୮୫ ଟଙ୍କାରେ ୭ ରାତି ଓ ୮ ଦିନ ପାଇଁ ସମସ୍ତ ଦେୟ ଅନ୍ତର୍ଭୁକ୍ତ ଟୁରିଷ୍ଟ ପ୍ୟାକେଜ୍ ରହିଛି। ଜାନୁଆରି ୨ରୁ ସ୍ଲିପର କ୍ଲାସ୍ ଟ୍ରେନ୍ ଯାତ୍ରା ସହ ରହିବା, ଶାକାହାରୀ ଭୋଜନ, ପର୍ଯ୍ୟଟନ ବସ୍, ଏସକର୍ଟ, ସିକ୍ୟୁରିଟି ଗାର୍ଡ, ଭ୍ରମଣ ବୀମା ଇତ୍ୟାଦି ସୁବିଧା ମିଳିବ। ଆଇଆରସିଟିସି ୱେବସାଇଟ୍ http://www.irctctourism.com ଓ ଆଇଆରସିଟିସି ପର୍ଯ୍ୟଟନ ସୁବିଧା କେନ୍ଦ୍ରରୁ ଯାତ୍ରୀମାନେ ବୁକିଂ କରି ହେବ। ୫ବର୍ଷରୁ କମ୍ ପିଲାଙ୍କ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଯାତ୍ରା ସମୟରେ କୋଭିଡ୍-୧୯ ସତର୍କତା ଅବଲମ୍ବନ କରାଯିବ। ପର୍ଯ୍ୟାୟକ୍ରମେ ସାନିଟାଇଜେସନ୍, ହୋଟେଲ/ଧର୍ମଶାଳାର ପୂର୍ବ ସାନିଟାଇଜେସନ୍, ଲଗେଜ ସାନିଟାଇଜେସନ, ଥର୍ମାଲ୍ ସ୍କ୍ରିନିଂ ଦ୍ୱାରା ତାପମାତ୍ରା ଯାଞ୍ଚ, ସାନିଟାଇଜର ଓ ମାସ୍କ ସହ କୋଭିଡ୍ କିଟ୍ ଯୋଗାଇ ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/ସଦମଂୂ.jpg)
