କଟକ: ଭାରତ ମସଲା କୃଷିକୁ ପ୍ରାଧାନ୍ୟ ଦେଇ କୃଷିଜାତ ଦ୍ରବ୍ୟକୁ ସିଧାସଳଖ କୃଷକମାନଙ୍କଠାରୁ କ୍ରୟ କରି ପରୋକ୍ଷରେ ସେମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଛି। ଏହି ପରିପ୍ରେକ୍ଷୀରେ ଭାରତ ମସଲା କମ୍ପାନି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ର ଚାଷୀଙ୍କଠାରୁ ୨ ମେଟ୍ରିକ୍ ଟନ୍ ଶୁଖିଲା ଓଦା କ୍ରୟ କରିଛି। ଭାରତ ମସଲା ସହ ଚୁକ୍ତିନାମା ଅନୁଯାୟୀ ଓରମାସ ମଧ୍ୟ ଏଥିରେ ସହଯୋଗ କରିଥିଲା। କୋଇଲିଗୁଗୁର ଫାର୍ମର ସଂସ୍ଥାକୁ ଏଫପିଓ ମାଧ୍ୟମରେ ବୈଷୟିକ ତାଲିମ୍ ଦେଇ ଉନ୍ନତ ମାନର ଶୁଖିଲା ଅଦା (ଜିଞ୍ଜର ଚିପ୍ସ) ଉତ୍ପାଦନ କରିବାରେ ଓରମାସ ସହାୟତା କରିଥିଲା। ଫଳରେ ଚାଷୀମାନେ ପୂର୍ବରୁ ବିନା ପ୍ରକ୍ରିୟାରେ ଅଦା କେଜି ପ୍ରତି ମାତ୍ର ୪୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଏବେ ନୂତନ ପ୍ରକ୍ରିୟାରେ ବହୁ ଅଧିକ ମୂଲ୍ୟରେ ଭାରତ ମସଲା କମ୍ପାନିକୁ ବିକ୍ରି କରୁଛନ୍ତି। ପ୍ରଥମ ଥର ପାଇଁ ଚାଷୀମାନଙ୍କଠାରୁ ଭାରତ ମସଲା କମ୍ପାନି ଦୁଇ ମେଟ୍ରିକ୍ ଟନ୍ ଶୁଖିଲା ଅଦା କ୍ରୟ କରିଛି। ଆଗକୁ ୫୦ ମେଟ୍ରିକ୍ ଟନ୍ ଶୁଖିଲା ଅଦା କ୍ରୟ କରି କରି ଚାଷୀମାନଙ୍କୁ ଅଧିକ ଅଦା ଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇଦେବ ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା କହିଛନ୍ତି। ପୂର୍ବରୁ ବାମରା, କୁଚିଣ୍ଡା, ଦେବଗଡ଼, ଗଞ୍ଜାମ ଅଞ୍ଚଳରୁ ଶୁଖିଲା ଲଙ୍କା ସଂଗ୍ରହ କରୁଥିବା ଭାରତ ମସଲା କମ୍ପାନି ଟମାଟୋ ସଂଗ୍ରହ କରି ଚାଷୀମାନଙ୍କୁ ଦଲାଲମାନଙ୍କ ଶୋଷଣ ଦାଉରୁ ରକ୍ଷା କରିବାରେ ପରୋକ୍ଷ ସହଯୋଗ କରିଆସୁଛି। ଏହି ଅବସରରେ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା, ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ରାଉତ, ଓରମାସ ଝାରସୁଗୁଡ଼ା ବିଜ୍ନେସ୍ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ଚାଷୀଙ୍କଠୁ ଭାରତ ମସଲା କିଣିଲା ଦୁଇ ମେଟ୍ରିକ୍ ଟନ୍ ଅଦା
ଭାରତ ମସଲା କୃଷିକୁ ପ୍ରାଧାନ୍ୟ ଦେଇ କୃଷିଜାତ ଦ୍ରବ୍ୟକୁ ସିଧାସଳଖ କୃଷକମାନଙ୍କଠାରୁ କ୍ରୟ କରି ପରୋକ୍ଷରେ ସେମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଛି। ଏହି ପରିପ୍ରେକ୍ଷୀରେ ଭାରତ ମସଲା କମ୍ପାନି ଝାରସୁଗୁଡ଼ା ଜିଲ୍ଲା
/sambad/media/media_files/2025/06/12/6KmGDD77Ik9JwmSWyIO8.jpg)