ଭାରତ ମସଲାର ପ୍ରତିଷ୍ଠା ଦିବସ ଓ ପ୍ରତିଭା ସମ୍ମାନ ସମାରୋହ

ସାମାଜିକ ଦାୟିତ୍ବବୋଧରୁ ସ୍ବତନ୍ତ୍ରତା ସୃଷ୍ଟି କରିପାରିଛି ଭାରତ ମସଲା: ଗଣଶିକ୍ଷା ମନ୍ତ୍ରୀ

କଟକ : ସମାଜ ପ୍ରତି ଦାୟିତ୍ବବୋଧ ରଖି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ଭାରତ ମସଲା। ଭାରତ ମସଲାର ପ୍ରତିଷ୍ଠା ଦିବସ ତଥା ୨୧ତମ ଭାରତ ପ୍ରତିଭା ସମ୍ମାନ ପାଇଁ ଆୟୋଜିତ ଭର୍ଚୁଆଲ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଧାରୀମାନଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଉଦ୍ୟମ ଓ ନିଷ୍ଠା ବଳରେ ଆଜି ନିଜକୁ ପ୍ରତିଷ୍ଠିତ କରି ପାରିଥିବା ଭାରତ ମସଲା ହେଉଛି ସମାଜ ପାଇଁ ଏକ ଉଦାହରଣ। ମାତ୍ର ୪୦୦ଟଙ୍କାରୁ ୨୦ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ମସଲା କମ୍ପାନି ଏବେ ୪୦୦କୋଟି ଟଙ୍କାର ବ୍ୟବସାୟ କରୁଛି । ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭାରତ ମସଲା ନାରୀ ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦେଇ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦୦ ମହିଳାଙ୍କୁ କିଭଳି ରୋଜଗାର ଯୋଗାଇ ଦେଇ ପାରିଛି, ସେ ସଂପର୍କରେ କହିଥିଲେ। ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ କମ୍ପାନି ଆଜି ବିଶ୍ବ ଦରବାରରେ ପହଞ୍ଚି ପାରିଛି ବୋଲି କହିଥିଲେ। ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ତା ସ୍ବାଗତ ଭାଷଣ ଦେବା ସହିତ କୋଭିଡ କଟକଣା ସତ୍ତ୍ବେ ନିୟମ ଅନୁଯାୟୀ ପୂଜ୍ୟପୂଜାରେ ଭାରତ ମସଲା କେବେ ଅବହେଳା କରିନାହିଁ ବୋଲି କହିଥିଲେ। ସେ ସଭାପତି ଥିବା ନୂଆବଜାର ପୋତାପୋଖରୀ ସରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ଶୁଭାଙ୍ଗୀ ଦାସ ମାଟ୍ରିକ ଟପର ତାଲିକାରେ ରହିଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ଜେନେରାଲ ମ୍ୟାନେଜର ଅପରେସନ ଅରୁଣ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ହି ଅବସରରେ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଭାରତ ଗୌରବ, ସାହିତ୍ୟିକା ଗାୟତ୍ରୀ ସରାଫଙ୍କୁ କଥା ଭାରତ, କ୍ରିକେଟ ତାରକା ରଶ୍ମିରଞ୍ଜନ ପରିଡ଼‌ାଙ୍କୁ କ୍ରୀଡା ଭାରତ, ସିନେ ତାରକା ଏଲିନା ସାମନ୍ତରାୟଙ୍କୁ ସଂସ୍କୃତି ଭାରତ, ସୁଦର୍ଶନ ରଣା (ଯୁକ୍ତ୨ ବିଜ୍ଞାନ), ଅମୃତା ନନ୍ଦ (ଯୁକ୍ତ୨ କଳା), ଶୁଭାଙ୍ଗୀ ଦାସ (ଏଚଏସଏସି) ଏବଂ ଖୁସି ଅଗ୍ରୱାଲ(ଆଇସିଏସସି)ଙ୍କୁ ବିଦ୍ୟାଭାରତ ସମ୍ମାନରେ ସମ୍ମାନିତ କରାଯିବା ସହ ନଗଦ ଅର୍ଥ ଓ ଉପଢୌକନ ପ୍ରଦାନ କରାଯାଇଥିଲା। ସୁଲଗ୍ନା ବାରିକ ଧନ୍ୟବାଦ ଦେଇଥିବା ବେଳେ ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ତା, ଦିଗନ୍ତ ପଣ୍ତା, ଜିଏମ ଅଶ୍ବିନୀ ଦାସ, ପ୍ରଡକସନ ହେଡ୍ ନବକୃଷ୍ଣ ପ୍ରଧାନ, ଜୟସ୍ମିତା ଧିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର