କଟକ : ଭାରତ ମସଲା କମ୍ପାନିକୁ ଲଗାତର ଭାବେ ଦ୍ବିତୀୟ ବର୍ଷ ପାଇଁ ମିଳିଛି ‘ଷ୍ଟେଟ୍ ଏକ୍ସପୋର୍ଟ ଆୱାର୍ଡ’। ଉନ୍ନତମାନର ଖାଦ୍ୟ ଏବ˚ ମସଲା ଉତ୍ପାଦନ କ୍ଷେତ୍ରରେ ଦେଶ ତଥା ଦେଶ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଭାରତ ମସଲା ରପ୍ତାନୀରେ ଉଲ୍ଲେଖନୀୟ ସଫଳତା ପାଇଁ ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲା। ଉତ୍ପାଦିତ ସାମଗ୍ରୀର ଉଚ୍ଚ ଗୁଣାତ୍ମକ ମାନ, ପରିମାଣ ଓ ସୁଲଭ ମୂଲ୍ୟ ଯୋଗୁଁ ଗ୍ରାହକଙ୍କ ସର୍ବାଧିକ ପସନ୍ଦଯୋଗ୍ୟ ହୋଇ ପାରିଥିବା ଭାରତ ମସଲାକୁ ଏମ୍ଏସ୍ଏମ୍ଇ ବିଭାଗ ଡାଇରେକ୍ଟରେଟ ପ୍ରମୋସନ ଆଣ୍ତ ମାର୍କେଟି˚ ପକ୍ଷରୁ ଚଳିତ ବର୍ଷ ‘ଷ୍ଟେଟ୍ ଏକ୍ସର୍ପୋଟ ଆୱାର୍ଡ’ ପ୍ରଦାନ କରାଯାଇଛି ।
ଭୁବନେଶ୍ବର ମେ େଫୟାର ହୋଟଲ୍ରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଏମ୍ଏସ୍ଏମ୍ଇ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ତାଙ୍କୁ ଖାଦ୍ୟ ଏବ˚ ମସଲା ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ସହ ଏକ ସ୍ମାରକୀ ଦେଇ ସମ୍ମାନୀତ କରିଛନ୍ତି। ଏମ୍ଏସ୍ଏମଇର ଅତିରିକ୍ତ ମୁଖ୍ୟ ସଚିବ ଏଲ.ଏନ ଗୁପ୍ତାଙ୍କ ଅକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଶିଳ୍ପ ନିର୍ଦ୍ଦେଶକ ପି. ନାଥ, ଇପିଏମର ନିର୍ଦ୍ଦେଶକ ଏସ.କେ ଜେନା ଉପସ୍ଥିତ ଥିଲେ। ମସଲା ରପ୍ତାନୀ କ୍ଷେତ୍ରରେ ଏଭଳି ଲଗାତର ଦ୍ବିତୀୟ ଥର ସଫଳତା ହାସଲ କରିଥିବାରୁ ଯୁବ ଶିଳ୍ପଦ୍ୟୋଗୀ ସୁଶାନ୍ତ କୁମାର ପଣ୍ତାଙ୍କ ଉଦ୍ୟମକୁ ଉପସ୍ଥିତ ଅତିଥିମାନେ ପ୍ରଶ˚ସା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/BHARAT-MASALA-PHOTO-1.jpg)
