କଟକ : ରାଜସ୍ଥାନ ଜୟପୁରର ରାଜସ୍ଥାନୀ ରିସୋର୍ଟଠାରେ ରାଜସ୍ଥାନ ମସଲା ଆସୋସିଏସନ ପକ୍ଷରୁ ଆୟୋଜିତ ୨୦୨୩ ସ୍ପାଇସେସ୍ ବିଜିନେସ୍ ମିଟ୍ରେ ଭାରତ ମସଲା କଂପାନି ପୁରସ୍କୃତ ହୋଇଛି। ମସଲା ବ୍ୟବସାୟ କ୍ଷେତ୍ରରେ ଉତ୍ତମ ଗୁଣବତ୍ତା, ମାନ, ପରିମାଣ, ବଜାୟ ରଖିବାରେ ଭାରତ ମସଲା କଂପାନି ଅଗ୍ରଣୀ ଭୂମିକା ନେଇ ଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଆୟୋଜକମାନେ କହିଛନ୍ତି। ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ମସଲା କଂପାନିର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କୁ ସମ୍ମାନିତ କରିବା ସହ ଭୂୟସୀ ପ୍ରଶଂସା କରିଥିଲେ। ଏହି ସ୍ପାଇସେସ୍ ବିଜିନେସ୍ ମିଟ୍ରେ ଦେଶର ବହୁ ମସଲା ଉତ୍ପାଦକାରୀ ସଂସ୍ଥା ଯୋଗ ଦେଇଥିଲେ।
ଲୋକସଭା ବାଚସ୍ପତିଙ୍କ ଦ୍ବାରା ଭାରତ ମସଲା ପରିଚାଳନା ନିର୍ଦ୍ଦେଶକ ସମ୍ମାନିତ
/sambad/media/post_attachments/wp-content/uploads/2023/02/pppp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)