ରାଇରଂଗପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

ରାଇରଙ୍ଗପୁର/ଜାମଦା: ଜାମଦା ବ୍ଲକ ତାଳଗାଁ ଓ ହେଁସଡା ଗ୍ରାମ ପଞ୍ଚାୟତଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି  ୨ଟି ପଞ୍ଚାୟତଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ହୁଳହୁଳି, ଶଙ୍ଖ ଫୁଙ୍କି ଭବ୍ୟ ସ୍ବାଗତ କରିବା ପୂର୍ବକ ଶୟଂ ସହାୟକ ଗୋଷ୍ଠୀର ମହିଳାମାନେ ପାଛୋଟି ନେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତାଳଗାଁ ସରପଞ୍ଚ ଡମ୍ବୁରୁଧର ହେମ୍ବ୍ରମ ଓ ହେଁସଡ଼ା ସରପଞ୍ଚ ମୁନ୍ଦୁୟା ଉପସ୍ଥିତ ରହି ବକ୍ତବ୍ୟରେ କହିଥିଲେ ଯେ ଜନସାଧାରଣ ସଚେତନତା ଅବଲମ୍ବନ କରି ଭାରତ ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକର ଫାଇଦା ନେଇ ଲାଭାନ୍ବିତ ହୋଇପାରିବେ।
ସମାଜସେବୀ  ବିଜୁ ଗୋପାଲ ଗୋପ୍ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ମନ୍ତବ୍ୟ ଦେଇଥିଲେ ଯେ ପ୍ରଧାନମନ୍ତ୍ରୀଙ୍କର ଯେତେ ସବୁ ଜନ ହିତକର ଯୋଜନା ରହିଛି ତାହା ଦେଶର ଜନସାଧାରଣଙ୍କ ନିକଟକୁ ଯଥା ସମୟରେ ପହଞ୍ଚି ପାରିଲେ ଭାରତ ଦେଶ ସ୍ବଳ୍ପ ଦିନରେ ଶକ୍ତିଶାଳୀ ହେବ,ଏହା ନିଃସନ୍ଦେହ। ତାଳଗାଁ ଗ୍ରାପର ଭିଏଡବ୍ଲ୍ୟୁ ହ୍ୟୁମାନ ଦାସ ଯୋଗଦେଇ ପିଏମ୍ କିଶାନ ଯୋଜନାରେ ଚାଷୀମାନଙ୍କପ ଏକ ବର୍ଷ କୁ ୬ ହଜାର ଟଂକା ପ୍ରଦାନ କରାଯାଉଛି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସୁବିଧା ରହିଛି, ଡିବିଟି ଦ୍ବାରା ଚାଷୀ ଉପକରଣ ଯୋଗାଇ ଦିଆଯାଉଛି,ଏନ୍ଏଏଫ୍ଏମ୍ ଦ୍ବାରା ଚାଷୀମାନଙ୍କୁ ମାଗଣାରେ ବିହନ ମିଳିପାରୁଥିବା କଥା ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।
ରସାୟନିକ ସାର ଉତ୍ପାଦନ କେନ୍ଦ୍ରରୁ ଆସିଥିବା ଡ୍ରୋନ୍‌ ସାହାଯ୍ୟରେ କୀଟନାଶକ ଔଷଧ ଏବଂ ତରଳ ସାର ସହଜରେ ସିଞ୍ଚନ କିପରି କରାଯାଇପାରିବ ଆର୍.ଟି ଦିବ୍ୟା ସୁମନ ପ୍ରାକ୍ଟିକାଲ କରି ଦେଖାଇଥିଲେ। ଏହି ୨ ଟି ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ସାଂସଦ ପ୍ରତିନିଧି ସାମନ୍ତ ଚନ୍ଦ୍ର ଗିରି ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ମତ୍ସ୍ୟ ବିଭାଗର ଏଫ୍ଓ ସମାୟ ମୁର୍ମୁ, ବିଏସଏସ୍ଓ ଦେବସ୍ମିତା ହାଁସଦାଃ, ଉଦ୍ୟାନ କୃ‌ଷି ବିଭାଗର ଚିତ୍ତ ରଂଜନ ଦଳେଇ, ଉଜ୍ଜ୍ବଳା ବିଭାଗର ମିନତୀ ନାଏକ, ମିସନ ଶକ୍ତି ବିଭାଗର ବିପିସି ଗଜେନ୍ଦ୍ର ନାଥ ମଲ୍ଲିକ, ପିଡିଏସ୍ ବିଭାଗର ଡିଓ ରୀତା ସିଂ, ସ୍ବାସ୍ଥ୍ୟ ବିଭାଗର ପିଏଚ୍ଓ ଆରସୁ ହେମ୍ବ୍ରମ, ତାଳଗାଁ ଓ ହେଁସଡ଼ା ଗ୍ରାମପଞ୍ଚାୟତର ଗ୍ରାମସେବକ ମୋହିନୀକାନ୍ତ ଗିରି ପ୍ରମୁଖ ଉପସ୍ଥିତ ଥାଇ ଭାରତ ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଆଲୋକପାତ୍ କରିଥିଲେ।
ଏହା ବ୍ୟତୀତ ଭେଟେନାରୀ, ଆଇସିଡିଏସ୍, ଆରଡବ୍ଲ୍ୟୁଏସ୍ଏସ୍, ଉଜ୍ଜ୍ବଳା ଗ୍ୟାସ୍ କର୍ମଚାରୀଗଣ ଉପସ୍ଥିତ ଥିଲେ। ଏନ୍ଆରଏଲ୍ଏମ୍-ବିପିଏମ୍ ରଂଜନ କୁମାର ସାମଲ ସଭା ପରିଚାଳନା କରିଥିଲେ। ବ୍ଲକ୍ ନୋଡ଼ାଲ୍ ଅଫିସର୍ ବୁଦ୍ଧଦେବ ବସା, ସିପି ସଭାପରିଚାଳନା କରିଥିଲେ। ତାଳଗା ସରପଞ୍ଚ, ଅଣ ସରପଞ୍ଚ, ପିଏସ୍ ମେମ୍ବର ଏବଂ ସୟଂସହାୟକ ମହିଳା ଗୋଷ୍ଠୀ ରଥକୁ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାର୍ତା ପ୍ରସାରଣ ପରେ ବିକଶିତ ଭାରତ ସଙ୍କଳ୍ପ ନେଇ ସମସ୍ତେ ଶପଥ ପାଠ କରିଥିଲେ। ୟୁଏସ୍ଆଇ ସଂଗଠନର ରାଜ୍ୟ ସମ୍ପାଦକ ପ୍ରଶ୍ନ କୁମାର ଶତପଥୀ ବାର୍ତ୍ତା ଦେଇଥିଲେ ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ବିପୁଳ ଜନଭାଗିଦାରୀ ସହ ଜାରି ରହିଛି। ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳ ପଞ୍ଚାୟତରେ ସଂକଳ୍ପ ଯାତ୍ରାକୁ ବିପୁଳ ଜନସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି। ଶେଷରେ ବ୍ଲକ ନୋଡ଼ାଲ ଅଫିସର ବୁଦ୍ଧଦେବ ବସା ଅତିଥୀ ଓ ସୟଂ ସହାୟକ ଗୋଷ୍ଠୀର ମହିଳ।ଙ୍କୁ ସାଧୁବାଦ ଜଣାଇଥିଲେ।
ସମ୍ବନ୍ଧିତ ଖବର