ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭାରତ ଗୌରବ, ସାଂସଦ ପ୍ରମିଳା ବି‌ଶୋଇଙ୍କୁ ସେବା ଭାରତ ସମ୍ମାନ : ଭାରତ ପ୍ରତିଭା ସମ୍ମାନ ପ୍ରଦାନ ସମାରୋହ ୨ରେ

କଟକ : ବିଶି‌ଷ୍ଟ ପାଣିପାଗ ବିଶାରଦ ତଥା ଇଣ୍ଡିଆନ୍ ମେଟେରିଓଲୋଜିକାଲ୍ ଡିପାର୍ଟମେଣ୍ଟର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଚଳିତବ‌ର୍ଷର ମର୍ଯ୍ୟାଦାଜନକ ‘ଭାରତ ଗୌରବ ସମ୍ମାନ’ ଓ ଲୋକସଭା ସାଂସଦ ପ୍ରମିଳା ବିଶୋଇ ‘ସେବା ଭାରତ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ବିଶିଷ୍ଟ ଲେଖକ ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ କଥା ଭାରତ, ଅଗ୍ରଣୀ ମହିଳା କ୍ରିକେଟର ମାଧୁରୀ ମେହେଟ୍ଟା କ୍ରୀଡ଼ା ଭାରତ, ଲୋକପ୍ରିୟ ଅଭିନେତା ଆକାଶ ଦାସନାୟକ ସଂସ୍କୃତି ଭାରତ ସମ୍ମାନ ପାଇବାକୁ ବିବେଚିତ ହୋଇଛନ୍ତି। ସେହିପରି ଶିକ୍ଷା ‌କ୍ଷେତ୍ରରେ ଚଳିତବର୍ଷ ଯୁକ୍ତ କଳାରେ ‌ଉଲ୍ଲେଖନୀୟ ସଫଳତା ପାଇଥିବା ଜୟପୁର ବିକ୍ରମ ଦେବ କଲେଜ ଛାତ୍ର ଅଜୟ ପାତ୍ର, ଯୁକ୍ତ ଦୁଇ ବିଜ୍ଞାନରେ ବାଲେଶ୍ବର ଏଫ୍.ଏମ୍ କଲେଜ ଛାତ୍ର ପ୍ରୀତିଶ ବେହେରା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଛାତ୍ର ଶୁଭମ୍‌ ଶର୍ମାଙ୍କୁ ବିଦ୍ୟା ଭାରତ ସମ୍ମାନ ପ୍ରଦାନ କରାଯିବ ବୋଲି ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ ଓସିଏ କ୍ଲବ୍ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଘୋଷଣା କରିଛନ୍ତି।

ସେପ୍ଟେମ୍ବର ୨ତାରିଖ ଗଣେଶ ପୂଜା ଦିନ ବାରଙ୍ଗ ରାମଦାସପୁରସ୍ଥିତ ଭାରତ ମସଲା କମ୍ପାନି ପରିସରରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ଜୟ ଭାରତ ଫାଉଣ୍ଡେସନ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଭାରତ ମସଲା ମହାପ୍ରବନ୍ଧକ ଅଶ୍ବିନୀ କୁମାର ଦାସ, ଟ୍ରଷ୍ଟି ପ୍ରଫୁଲ ସିଂହ, ଲୋକ ସଂପର୍କ ଅଧିକାରୀ ସୁଲଗ୍ନା ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର