ସୁରେଖା ମୃତ୍ୟୁ ମାମଲା : ଘଟଣାସ୍ଥଳରେ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କଲା ପୁଲିସ

ଭୁବନେଶ୍ବର: ରାଜଧାନୀର ଭରତପୁର ତାରିଣୀ ବସ୍ତିରେ ସୁରେଖା ପଲେଇ ମୃତ୍ୟୁ ମାମଲାରେ ପୁଲିସ ପକ୍ଷରୁ ଘଟଣାସ୍ଥଳରେ ଅଭିଯୁକ୍ତମାନଙ୍କୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଛି। ଘଟଣାପରଠୁ ଫେରାର ଥିବା ମୃତ ଯୁବତୀଙ୍କ ବୟଫ୍ରେଣ୍ଡ ବିଶ୍ୱଜିତ ଜେନା ଓ ଅନ୍ୟ ଦୁଇ ଜଣ ଗିରଫ ହୋଇଛନ୍ତି। ତିନି ଅଭିଯୁକ୍ତଙ୍କୁ ନୟାଗଡରୁ ଗିରଫ କରିଛି ଭରତପୁର ଥାନା ପୁଲିସ। ତିନି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୁଲିସ ସୂଚନା ଦେଇଛି।
ସୁଚନା ଅନୁସାରେ ବିଶ୍ୱଜିତ ଜେନାଙ୍କୁ ଏକତରଫା ପ୍ରେମ କରୁଥିଲେ ସୁରେଖା । ଏହାକୁ ନେଇ ସେଦିନ ରାତିରେ ଉଭୟଙ୍କ କଥା କଟା କଟି ହୋଇଥିଲା। ସେମାନେ ରାତିରେ ଭୋଜି କରିଥିଲେ। ସମସ୍ତେ ଖାଇ ସାରି ଶୋଇବା ପରେ ୩ଜଣଙ୍କୁ ବାହାରପଟୁ କବାଟ ଦେଇ ସୁରେଖା ବିଶ୍ୱଜିତଙ୍କ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ପରେ ତିନି ଅଭିଯୁକ୍ତ ଘରର ସ୍କାଏଲାଇଟ୍ ଭାଙ୍ଗି ବାହାରକୁ ଆସି ମୃତଦେହକୁ ବିଶ୍ୱଜିତଙ୍କ ଘରୁ ବାହର କରି ସୁରେଖାଙ୍କ ଘର ଆଗରେ ରଖିଥିଲେ।ଏହାପରେ ପ୍ରମାଣ ନଷ୍ଟ କରି ୩ ଜଣ ନୟାଗଡ଼ ପଳେଇ ଯାଇଥିଲେ ବୋଲି କହିଛି ପୁଲିସ।

ଗତ ରବିବାର ଭରତପୁର ତାରିଣୀ ବସ୍ତିର ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚାପାମାଣିକ ଅଞ୍ଚଳର ସୁରେଖା ପଲେଇ। ପରିବାର ଲୋକେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ଆଣିଥିଲା।

 

ସମ୍ବନ୍ଧିତ ଖବର