ଭାଷା ଆନ୍ଦୋଳନ ନେଇ ଅକ୍ଟୋବର ୧୬ରୁ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ଭାଷା ଆନ୍ଦୋଳନ ନେଇ ଆଗାମୀ ଅକ୍ଟୋବର ୧୬ରୁ ରାଜ୍ୟର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ା ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାଷା ଆନ୍ଦୋଳନ ନେଇ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି।

ଭାଷାକୁ ନେଇ ସମ୍ବଲପୁରରେ ବୈଷ୍ଣବଙ୍କ ବୟାନ ପ୍ରସଙ୍ଗରେ ପରିଡ଼ା କହିଛନ୍ତି, ମୋ ବିଷୟରେ ସୋସିଆଲ ମିଡିଆରେ ଅପପ୍ରଚାର ଚାଲିଛି। ସୋସିଆଲ ମିଡିଆ କଦର୍ଯ୍ୟ ବିବୃତ୍ତିରେ ୩ୟ ମହଲାର ହାତ ରହିଛି। ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ୩ୟ ମହଲାରୁ ଚକ୍ରାନ୍ତ ଚାଲିଛି ବୋଲି ପରିଡ଼ା ସାମ୍ବାଦିକମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର