କଟକରେ ଏଯାବତ୍ ୧୧୦ରୁ ଅଧିକ ମୂର୍ତ୍ତିମାନଙ୍କ ବିସର୍ଜନ ସରିଛି , ଜାରି ରହିଛି ଭସାଣି ଉତ୍ସବ

କଟକ: ସରିଲା ଶାରଦୀୟ ଦୁର୍ଗାପୂଜା । ଅନ୍ତିମ ପର୍ଯ୍ୟାୟରେ ମାଆ ନେଇଛନ୍ତି ମେଲାଣି ।   ଭୁବନେଶ୍ୱରର ଓ କଟକରେ ରାତି ସାରା ଭସାଣି ଚାଲିଥିଲା । ବିଳମ୍ବିତ ରାତି ଯାଏ ମାଆଙ୍କୁ ବିଦାୟ ଦେବାକୁ ଭିଡ଼ ଜମିଥିଲା ।

କଟକର ଦେବୀଗଡ଼ାରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇ ସେଠାରେ ମୂର୍ତ୍ତିମାନଙ୍କ ବିସର୍ଜନ କରାଯାଉଛି । ସହରର ବିଭିନ୍ନ ସ୍ଥାନରେ ପୁଲିସର ୪୦ଟି ଆଉଟପୋଷ୍ଟ କରାଯାଇଛି । ଏହାସହ ଭିଡ଼ ଭିତରେ ବିଶୃଙ୍ଖଳା ରୋକିବାକୁ ୨ଟି ରାପିଡ ଆକ୍ସନ ଫୋର୍ସ ସମେତ ୫୭ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । କଟକର ସମସ୍ତ ମେଢ଼ ବିଭିନ୍ନ ସାହି ପରିକ୍ରମା କରି ଗୌରୀଶଙ୍କର ପାର୍କ ସାମ୍ନା ରାସ୍ତା ଦେଇ ଦେବୀଗଡ଼ାକୁ ଯାଇ ସେଠାରେ ମୂର୍ତି ବିସର୍ଜନ କରୁଛନ୍ତି । ଗତକାଲିଠାରୁ ଆରମ୍ଭ ହୋଇଥିବା ଭସାଣି ଉତ୍ସବ ଏବେ ବି ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ କଟକରେ ଏଯାବତ୍ ୧୧୦ରୁ ଅଧିକ ମୂର୍ତ୍ତିମାନଙ୍କ ବିସର୍ଜନ ଶେଷ ହୋଇଛି।

ସେପଟେ ରାଜଧାନୀରେ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରଯାଇ ସେଥିରେ ମୂର୍ତ୍ତି ବିସର୍ଜନ କରାଯାଇଛି । ଭୁବନେଶ୍ୱରରେ ୩ଟି ସ୍ଥାନରେ ନୟାପଲ୍ଲୀ, ସହିଦନଗର ଏବଂ ଚନ୍ଦ୍ରଶେଖରପୁର ଆରଟିଓ ପଡିଆରେ ମୂର୍ତ୍ତି ଏକାଠି ହେବା ପରେ ଭସାଣ ଉତ୍ସବ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର