କଟକ: ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଟକରେ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା। କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଛି। ଆଜି ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ।
ଏଣେ ଭସାଣିକୁ ନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ଦେବୀଗଡ଼ାଠାରେ ପୂର୍ବରୁ ୩ଟି କୁତ୍ରିମ ପୋଖରୀ ପ୍ରସ୍ତୁତ ହୋଇଛି। ରାସ୍ତାଘାଟ ସଫା କରାଯାଇଛି। ଦେବୀଗଡ଼ାଠାରେ ଆଲୋକୀକରଣ, ପବ୍ଲିକ ଶୌଚାଳୟର ବ୍ୟବସ୍ଥା କରିଛି କଟକ ମହାନଗର ନିଗମ। କଟକରେ ୧୫୦ରୁ ଅଧିକ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କୁ ମୃଣ୍ମୟୀ ମୂର୍ତ୍ତି ଆଜି ବିସର୍ଜିତ ହେବ। କଟକରେ ଏଥିଲାଗି ୫୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ହେଲେ ଏହାରି ଭିତରେ ବାଧକ ସାଜିଛି ଲଘୁଚାପ ଜନିତ ବର୍ଷା। ଲଗାଣ ବର୍ଷା ଯୋଗୁ ପଲିଥିନ୍ ଘୋଡାଇ ମୂର୍ତ୍ତିଗୁଡ଼ିକୁ ସାହି ଗଳି ବୁଲାଇ ଦେବୀଗଡ଼ା ଅଭିମୁଖେ ନିଆଯାଉଛି। ହେଲେ କଟକିଆମାନଙ୍କ ଉତ୍ସାହ ଆଗରେ କୋଉଠି ନା କୋଉଠି ହାର ମାନି ଯାଇଛି ବର୍ଷା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Untitled-7.png)