ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଗ୍ୟାସ ଟାଙ୍କି ଫାଟି ମା’, ପୁଅ ଗୁରୁତର ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଭଵାନୀପାଟଣାର ପୁଲିସ ଏଏସଆଇ ଟଙ୍କଧର ଜାଲ ତାଙ୍କ ରାମସାଗର ପଡ଼ା ଘରୁ ସକାଳେ ଡ୍ୟୁଟିକୁ ବାହାରୁଥିଲେ। ସେହି ସମୟରେ ତାଙ୍କ ସ୍ତ୍ରୀ ରେଗୁଲେଟର ବଦଳାଉଥିଲା ବେଳେ କୌଣସି କାରଣରୁ ଗ୍ୟାସ ଚୁଲାରେ ନିଆଁ ଲାଗି ଯାଇଥିଲା। ଏହାଫଳରେ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା । ଏଥିରେ ଟଙ୍କଧର ଜାଲଙ୍କ ପତ୍ନୀ ଓ ପୁଅ ଗୁରୁତର ଆହତ ହୋଇଥିଲେ।
ଖବର ପାଇ ଘଟଣାସ୍ଥଳରେ କଲାହାଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରଥିଲା। ଉଭୟ ଗୁରୁତରଙ୍କୁ ଟାଉନ ଥାନା ପୁଲିସ ଭଵାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ମୁଖ୍ୟ ଚିକିତ୍ସାଳୟରେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ବି. ଗଙ୍ଗାଧର ପହଞ୍ଚି ଗୁରୁତରମାନଙ୍କ ଚିକିତ୍ସା ପାଇଁ ବୁର୍ଲାର ଭିମସାରକୁ ସ୍ଥାନାନ୍ତରିତ କରିବା ପାଇଁ ଆଲୋଚନା କରିଛନ୍ତି।
ଗ୍ୟାସ ଟାଙ୍କି ଫାଟି ମା’ ଓ ପୁଅ ଗୁରୁତର, ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
/sambad/media/post_attachments/wp-content/uploads/2020/04/kalh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)