ଭଦ୍ରକ : ଗୋଟିଏ କି ଦୁଇଟି ନୁହେଁ, ଘର ଭିତରୁ ବାହାରିଲେ ଶହେରୁ ଅଧିକ ନାଗସାପ, ପାଇକ ସାହିରେ ଚାଞ୍ଚଲ୍ୟ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ପାଇକ ସାହିଁ ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା, ଯାହା ହଠାତ୍ ବିଶ୍ବାସ କରିହେବ ନାହିଁ ।ଲୋକ ଚଳପ୍ରଚଳ ଥିବା ଏକ ଘର ଭିତରୁ ବାହାରିଛନ୍ତି ଘର ଶହେରୁ ଅଧିକ ନାଗ ସାପ । ସୂଚନା ମୁତାବକ, ପାଇକସାହି ଗାଁର ବିଜୟ ଭୂୟାଁଙ୍କ ପତ୍ନୀ ରାତିରେ ଉଠିଥିବା ବେଳେ ତାଙ୍କ ଗୋଡରେ କିଛି ଗୋଟାଏ ଜିନିଷ ଲାଗି ସଲସଲ ହେଲା ଭଳି ଅନୁଭବ ହୋଇଥିଲା। ଏହା ପରେ ସେ ତାଙ୍କ ପୁ୍ଅକୁ ଡାକ ପକାଇ ଥିଲେ। ତା’ପରେ ଘର ଲୋକେ ଲାଇଟ୍ ଲଗାଇବା ପରେ ସାପ ଥିବା ଦେଖିବାକୁ ପାଇଥିଲେ। ଗୋଟିଏ କି ଦୁଇଟି ନୁହେଁ, ଘରୁ ଶହେରୁ ଅଧିକ ଛୋଟବଡ଼ ନାଗସାପ ରହିଥିବା ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଭଦ୍ରକର ସ୍ନେକ ହେଲପଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲପଲାଇନ ସଦସ୍ୟ ଘର ଭିତରୁ ଶହେରୁ ଅଧିକ ନାଗ ସାପକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ନାଗସାପ ଛୁଆଙ୍କୁ ଦେଖିବା ପାଇଁ ବିଜୟ ଭୂୟାଁଙ୍କ ଘର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ମଶାରୀ ଭିତରେ ପଶିଗଲା ଚନ୍ଦନ ବୋଡା, ଅଳ୍ପକେ ବର୍ତ୍ତିଲେ ପୂର୍ଣ୍ଣ

ସେପଟେ ଆଜି ବାଙ୍କିର ସାହାଡପଦା ପାଇକ ସାହିରେ ମଶାରୀ ଭିତରୁ ସାପ ବାହାରିଛି । ଗାଁର ପୂର୍ଣ୍ଣ ରାଉତ ଘର ସାମ୍ନା ବାରଣ୍ଡାରେ ଉଝି ଦେଇ ମଶାରି ଟାଙ୍ଗି ଶୋଇଥିବା ବେଳେ ଭିତରକୁ ଏକ ଚନ୍ଦନ ବୋଡା ପଶିଯାଇଥିଲା । ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳିଯାଇଥିଲା । ସଂପୃକ୍ତ ମହିଳା ସାପ କାମୁଡାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଉଝି ଦେଇ ପରିବାର ଲୋକଙ୍କୁ ଡାକିବା ପରେ ସାପକୁ ଅନ୍ୟତ୍ର ଘଉଡାଇ ଦିଆଯାଇଥିଲା । ସୂଚନା ଅନୁସାରେ ଉଝି ଦେଇ ବାରଣ୍ଡାରେ ମଶାରୀ ଟାଙ୍ଗି ଶୋଇଥିଲେ । ଆଉ ମଶାରୀ ଭିତରକୁ ସାପ ପଶିଯାଇଥିଲା । ତେବେ ସେ ନଜାଣି ପାରି ସାପ ଉପରେ ଗୋଡ଼ ଥୋଇ ଶୋଇଥିଲେ ।

ଅଚାନକ ମଶାରୀ ଭିତରେ କିଛି ଚଳପ୍ରଚଳ ହେଉଥିବାର ସେ ଅନୁଭବ କଲେ । ଡେରି ନକରି ତୁରନ୍ତ ପୁଅକୁ ଡାକିଥିଲେ । ତେବେ ତାଙ୍କ ପୁଅ ଆସି ଲାଇଟ୍ ମାରି ଦେଖିଲା ବେଳକୁ ସାପକୁ ଦେଖିପାରିଲେ । ଆଉ ସାପ ସେତିକିବେଳେ ଫଁ ଫଁ କରୁଥାଏ । ତେବେ ତୁରନ୍ତ ଉଠିଯାଇଥିବାରୁ ସାପ କାମୁଡ଼ାରୁ ରକ୍ଷା ପାଇଛନ୍ତି ଉଝି ଦେଇ ।

ସମ୍ବନ୍ଧିତ ଖବର