କୁଳସଚିବଙ୍କୁ ଦାୟିତ୍ବରୁ ଅବ୍ୟାହତିର ପ୍ରତିବାଦ : ନିଷ୍ଟ୍‌ରେ ଛାତ୍ରଅଶାନ୍ତି, ସାଇନ୍-ଏ-ଡାଏ ଘୋଷଣା

ଗୋଳନ୍ଥରା : ବ୍ରହ୍ମପୁର ଉପକଣ୍ଠ ପାଲୁରହିଲ୍‌ ଠାରେ ଥିବା ନିଷ୍ଟ୍ ବୈଷୟିକ ଶିକ୍ଷାନୁଷ୍ଠାନରେ ପରିଚାଳନା ଟ୍ରଷ୍ଟ୍‌ର ତ୍ରୁଟିକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି। ଅନୁଷ୍ଠାନର କୁଳସଚିବ କ୍ଷୀରୋଦ ମହାପାତ୍ରଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯିବା ପ୍ରତିବାଦରେ ଛାତ୍ରଛାତ୍ରୀ ଅନୁଷ୍ଠାନର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଫଳ‌ରେ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ଅନୁଷ୍ଠାନକୁ ୧୫ ଦିନ ପାଇଁ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିବା ଜଣାପଡ଼ିଛି।

କୁଳସଚିବ ଶ୍ରୀ ମହାପାତ୍ରଙ୍କୁ କେଉଁ ଆଧାରରେ ଦାୟିତ୍ବରୁ ‌ଅବ୍ୟାହତି ଦିଆଗଲା ବୋଲି ଛାତ୍ରଛାତ୍ରୀ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ କୌଣସି ଉତ୍ତର ନମିଳିବାରୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନେ ଏକାଠି ହୋଇ ଅନୁଷ୍ଠାନ ପରିସରରେ ତାଲା ଠୁଙ୍କିଥିଲେ। କୁଳସଚିବଙ୍କ ପୁନଃଦାୟିତ୍ବରେ ଅବସ୍ଥାପିତ କରିବାକୁ ଦାବି କରି ପାଟିତୁଣ୍ଡ କରିଥିଲେ। ତେବେ ଅନୁଷ୍ଠାନର ନିର୍ଦ୍ଦେଶକ ଆଲୋଚନା ପାଇଁ ନଆସିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ କର୍ତ୍ତୃପକ୍ଷ ଅନୁଷ୍ଠାନକୁ ୧୫ ଦିନ ପାଇଁ ସାଇନ୍-ଏ-ଡାଏ ଘୋଷଣା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର