ଭୀମ ଭୋଇ ମେଡିକାଲ କଲେଜ ଏମ୍‌ସିଏଚ୍‌ କୋଠାର ଦୁଇ ଲିଫ୍‌ଟ ଅଚଳ,ରୋଗୀ ହଇରାଣ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଅବ୍ୟବସ୍ଥା ସୁଧୁରୁନି। ଦିନକୁ ଦିନ ସମସ୍ୟା ବଢ଼ିଚାଲିଛି। ଗୁରୁବାର ଏମ୍‌ସିଏଚ୍‌ କୋଠାର ଦୁଇଟି ଯାକ ଲିଫ୍‌ଟ ହଠାତ୍‌ ବନ୍ଦ ହୋଇଯାଇଛି। ଆଉ ଲିଫ୍‌ଟ ବନ୍ଦ ହେବା କାରଣରୁ ଶିଢ଼ିରେ ଚଢ଼ି ଦୁଇ ତିନି ମହଲା ଉପରକୁ ଯାଉଛନ୍ତି ଗର୍ଭବତୀ ମା’ ଓ ଶିଶୁ।

ମଦର ଆଣ୍ଡ ଚାଇଲ୍ଡ (ଏମ୍‌ସିଏଚ୍‌) କୋଠାରେ ଏବେ ପ୍ରସୂତି ଓ ସ୍ତ୍ରୀ ରୋଗୀଙ୍କୁ ଭର୍ତ୍ତି କରାଯାଉଛି। ଏହାସହ ଶିଶୁମାନେ ବି ସେଠାରେ ଭର୍ତ୍ତି ହେଉଛନ୍ତି। ଦୁଇ, ତିନି ଓ ଚାରି ନମ୍ବର ମହଲାରେ ୱାର୍ଡ ସବୁ ଅଛି। ଏଣୁ ରୋଗୀଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା କରାଯାଇଛି। ଦୁଇଟି ଲିଫ୍ଟ ଥିବା ବେଳେ ଗୋଟିଏରେ ରୋଗୀ ଯିବା ଆସିବା କରନ୍ତି ଓ ଅନ୍ୟଟିରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ଯିବା ଆସିବା କରିଥାନ୍ତି। କେତେବେଳେ କେମିତି ଗୋଟିଏ ଲିଫ୍ଟ ଖରାପ ହେଲେ ଅନ୍ୟଟିରେ ଚଳେ। ହେଲେ ଗୁରୁବାର ଅପରାହ୍ନରୁ ଦୁଇଟି ଲିଫ୍ଟ ଅଚଳ ହୋଇଯାଇଛି। ଫଳରେ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଲିଫ୍ଟ ମରାମତି କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର