ଭୀମ ଭୋଇଙ୍କ ମହାପ୍ରାୟାଣ ଦିବସ ପାଳିତ

ମେଣ୍ଡା : ବିଶ୍ବ ବନ୍ଦିତ ସନ୍ଥ ଭୀମ ଭୋଇଙ୍କ ମହାପ୍ରୟାଣ ଦିବସ ତାଙ୍କ ସାଧନା, ସିଦ୍ଧି ଓ ସମାଧି ପୀଠ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଖଲିଆପାଲିଠାରେ କରୋନା କଟକଣା ମଧ୍ୟରେ ଗୁରୁବାର ଶିବ ଚତୁର୍ଦ୍ଦଶୀ ତିଥିରେ ପାଳିତ ହୋଇଛି। ସମାଧି ମନ୍ଦିର ଓ ପାଦୁକା ମନ୍ଦିରରେ ପୂଜାର୍ଚ୍ଚନା ଓ ଜଗତ ଉଦ୍ଧାର ଡାକ ଦିଆଯାଇଥିଲା। ମଠର ମଠାଧୀଶ ସନ୍ନ୍ୟାସୀ ଦାସ ବାବା, ପୂର୍ଣ୍ଣଚନ୍ଦ୍ର ବାବା, ରାଜନ ବାବାଙ୍କ ସହ ଭୀମ ଭୋଇ ସମାଧିପୀଠ ଟ୍ରଷ୍ଟର ସଦସ୍ୟ ମହାଦେବ ବଗର୍ତ୍ତି, ବିଭୂତିଭୂଷଣ ନେଗୀ, କାର୍ଯ୍ୟାଳୟ ସଂପାଦକ ଜନ୍ମେଜୟ ସ୍ବାଇଁ, ଖଲିଆପାଲି ସରପଞ୍ଚ ରଘୁନାଥ ଅଗ୍ରୱାଲ, ଗୋବିନ୍ଦ ପୂଝାରୀ, ସଂଜିତ ପଣ୍ଡା, ରବୀନ୍ଦ୍ର ସାହୁ, ଆନ୍ୟାନ୍ୟ ଶ୍ରଦ୍ଧାଳୁ ରାଜେନ୍ଦ୍ର, ଜନ୍ମେଜୟ, ଦିଲ୍ଲୀପ, ନରେନ୍ଦ୍ର ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର