ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ହେବ ଭୀମଭୋଇ ଚେୟାର

ଭୁବନେଶ୍ୱର : ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଏକ ଚେୟାର। ଏହି ଚେୟାରକୁ ଭୀମ ଭୋଇଙ୍କ ନାମରେ ନାମିତ କରାଯିବ। ଏନେଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହି ଚେୟାର ମାଧ୍ୟମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସାମାଜିକ ସମସ୍ୟା ଉପରେ ଛାତ୍ରଛାତ୍ରୀ ଗବେଷଣା କରିପାରିବେ। ଲିଟେରାରି କ୍ରିଏସନ୍ସ/ଦଳିତ ସାହିତ୍ୟ, ଲୋକଙ୍କ ସମସ୍ୟା, ବିଶେଷକରି ପଶ୍ଚିମ ଓଡ଼ିଶାବାସୀ ସମ୍ମୁଖୀନ ହେଉଥିବା ଚାଲେଞ୍ଜକୁ ପ୍ରାଧାନ୍ୟ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର