ରାଜଧାନୀରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା: ମୁହଁ ଖୋଲିଲେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’

ଭୁବନେଶ୍ୱର: ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା ନେଇ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପୁଅ ଜଗନ୍ନାଥର ପ୍ରିୟଙ୍କାଙ୍କ ସହ ପ୍ରେମ ସଂପର୍କ ଥିଲା।  ପ୍ରିୟଙ୍କା ବିବାହ କରିବା ପୂର୍ବରୁ ଓ ପରେ ତାଙ୍କ ପୁଅ ସହ ସଂପର୍କ ରଖିଥିଲେ।

କିଛି ଦିନର ବ୍ୟବଧାନ ପରେ ଏଥର ଲକଡାଉନରେ ପୁଣି ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ପ୍ରିୟଙ୍କା ତାଙ୍କ ଆଡ଼ୁ ଫୋନ କରିବା ପରେ ଉଭୟଙ୍କ ଭିତରେ ସଂପର୍କ ନିବିଡ଼ ହୋଇଥିଲା। ତେବେ କାହିଁଁକି ସଂପର୍କରେ ତିକ୍ତତା ଆସିଲା ଓ ଜଗନ୍ନାଥ ଏହି ସଂପର୍କକୁ କେଉଁ ପର୍ଯ୍ୟାୟକୁ ନେବାକୁ ଚାହୁଁଥିଲା ସେ ସଂପର୍କରେ ଜାଣିନଥିବା କହିଛନ୍ତି ଜଗନ୍ନାଥଙ୍କ ମାଆ ସାବିତ୍ରୀ ପ୍ରଧାନ। ସେପଟେ, ମୃତ ପ୍ରିୟଙ୍କା ଓ ଅଭିଯୁକ୍ତ ଜଗନ୍ନାଥଙ୍କର ଗତ ଦଶ ବର୍ଷ ଧରି ପରିଚୟ ଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର