ରାଜନଗର : ଜାନୁଆରି ୩ରୁ ୧୦ତାରିଖ ଯାଏଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ ନାଳ ସମେତ ଏହାର ସଂଲଗ୍ନ ନଦୀନାଳଗୁଡିକରେ ବିରଳ ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବ।
/sambad/media/post_attachments/wp-content/uploads/2017/12/bhitar-300x169.jpg)
ଗଣନା ବେଳେ ପର୍ଯ୍ୟଟକଙ୍କ ଯା’ଆସ, ନଦୀରେ ବୋଟ୍ ଚଳାଚଳ ଗଣନା ପ୍ରକ୍ରିୟାରେ ବାଧା ପହଞ୍ଚାଇବା ଆଶଙ୍କାରେ ପର୍ଯ୍ୟଟକଙ୍କ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଗତବର୍ଷ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ୧୬୮୨ରେ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/bhitarkanika.jpg)