ରାଜନଗର : ଆସନ୍ତା ୧ ତାରିଖଠାରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବ। କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଯୋଗୁ ଗତ ମେ’ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା। ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀର ଏହି ସମୟରେ ବସାବାନ୍ଧି ସେଥିରେ ଅଣ୍ଡା ଦେଇଥାନ୍ତି। ସେଗୁଡିକୁ ସୁରକ୍ଷା ପାଇଁ ଉଭୟ ସତର୍କତାର ସହିତ ଜଗିଥାନ୍ତି। ଏହି ସମୟରେ ବାହ୍ୟ ଶତ୍ରୁ ପାଇଁ ବଉଳା କୁମ୍ଭୀରମାନେ ଅତ୍ୟଧିକ ହିଂସ୍ର ହୋଇପଡ଼ିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ୩ ମାସ ପାଇଁ ଭିତରକନିକାକୁ ବନ୍ଦ ରଖାଯାଇଥିଲା।
୧ରୁ ଖୋଲିବ ଭିତରକନିକା
/sambad/media/post_attachments/wp-content/uploads/2018/07/bhitarkanika.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)