ରାଜନଗର : ଆସନ୍ତା ଜାନୁଆରି ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ। ଏହି ୯ ଦିନ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ଜାତୀୟଉଦ୍ୟାନ ପରିଭ୍ରମଣ ପାଇଁ ନିଷିଦ୍ଧ କରାଯାଇଛି। ଏହି ଦିନଗୁଡ଼ିକରେ ବିଦେଶାଗତ ପକ୍ଷୀ ଏବ˚ ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ସମେତ ସାତଭାୟାର ବିସ୍ତୀର୍ଣ୍ଣ ଜଳାଶୟ, ରାଇପାଟିଆ, ମଠଆଡିଆ, ଗୁପ୍ତିଘାଟ, ହ˚ସିଣା ଘାଟ ଏବ˚ ବତୀଘରର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମିରେ ରାଜନଗର ବନବିଭାଗ ପକ୍ଷରୁ ପକ୍ଷୀଗଣନା କରାଯିବ। ଏହି ଗଣନାରେ ୧୨ଟି ଟିମ୍ ସାମିଲ ହେବେ। ସେହିପରି ଭିତରକନିକା ଜାତୀୟଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ଆବାହମାନ କାଳରୁ ବସବାସ କରୁଥିବା ବଉଳାକୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ମଧୢ ଏକା ସମୟରେ କରାଯିବ। ଓଡିଶାର ବିଶିଷ୍ଟ ବଉଳାକୁମ୍ଭୀର ବିଷାରଦ ଡ. ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୮ଟି ଟିମ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ। ଜାନୁଆରି ୫ ତାରିଖ ଦିନ ପକ୍ଷୀ ଏବ˚ କୁମ୍ଭୀର ଗଣନାରେ ଅ˚ଶଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।
ଜାନୁଆରି ୬ରୁ ଭିତରକନିକା ବନ୍ଦ
/sambad/media/post_attachments/wp-content/uploads/2018/12/bhitarkanika.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)