ଆଜିଠାରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ଡିସେମ୍ବର ୨୬ ତାରିଖ ଠାରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ ଏଠାକୁ ପର୍ଯ୍ୟଟକମାନଙ୍କ ପରିଭ୍ରମଣକୁ ବନ୍ଦ କରାଯାଇଛି। ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ରାଜନଗର ଡିଏଫଓ ବିକାଶ ରଂଜନ ଦାଶଙ୍କ ତତ୍ତ୍ବାବଧାନରେ କରାଯିବ। ଓଡ଼ିଶାର ବିଶିଷ୍ଟ ବଉଳା କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ସହିତ କୁମ୍ଭୀର ବିଶାରଦମାନେ ଏହି ଗଣନାରେ ସାମିଲ ହେବେ। ଆସନ୍ତା ୨୯ ତାରିଖରେ ଜାତୀୟ ଉଦ୍ୟାନ ବନୀଭବନ ଠାରେ କୁମ୍ଭୀର ଗଣନାରେ ସାମିଲ ହୋଇଥିବା ଗଣନାକାରୀମାନଙ୍କୁ କୁମ୍ଭୀର ବିଶାରଦ ଡ. କର ପ୍ରଶିକ୍ଷଣ ଦେବେ। ଚଳିତବର୍ଷ କୁମ୍ଭୀର ଗଣନା ପାଇଁ ୨୩ଟି ଟିମ୍‌ ଗଠନ କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନରେ ୧୨ଟି ଟିମ, ଗହୀରମଥା ରେଂଜରେ ୨ଟି ଟିମ, ମହାକାଳପଡା ରେଂଜରେ ୨ଟି ଟିମ, ରାଜନଗର ରେଂଜରେ ୭ଟି ଟିମ ଗଣନା କାର୍ଯ୍ୟରେ ସାମିଲ ହେବେ।

ସମ୍ବନ୍ଧିତ ଖବର