ରାଜନଗର: ପର୍ଯ୍ୟଟକଙ୍କ ପାଇଁ ଶୁକ୍ରବାର ଠାରୁ ଖୋଲିବ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୩ମାସ ଏହା ବନ୍ଦ ରହିଥାଏ। ବହୁଦିନ ପରେ ଜାତୀୟ ଉଦ୍ୟାନ ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି।
ପର୍ଯ୍ୟଟକମାନେ ଗୁପ୍ତି, ଚାନ୍ଦବାଲି, ଖୋଳା ଓ ଡାଙ୍ଗମାଳ ପ୍ରଭୃତି ୪ଟି ପ୍ରବେଶ ପଥ ଦେଇ ଜଳ ଓ ସ୍ଥଳପଥରେ ଡାଙ୍ଗମାଳରେ ସିଧାସଳଖ ପହଞ୍ଚି ଭିତରକନିକାକୁ ପ୍ରବେଶ କରିପାରିବେ। ସେଠାରେ ଜଳପଥରେ ବଉଳା କୁମ୍ଭୀର, ଦେଶୀ ଓ ବିଦେଶୀ ପକ୍ଷୀ, ହରିଣ, ବାର୍ହା, ସମ୍ବର, ଝିଙ୍କ ଆଦି ନାନା ପଶୁପକ୍ଷୀ ସହିତ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପ୍ରଥମ ସ୍କାଏୱାକ୍ ବ୍ରିଜ୍, ୱାଚ୍ ଟାୱର୍, ସେଲ୍ଫି ପଏଣ୍ଟ, ମ୍ୟାନଗ୍ରୁଭ୍ ମେଟା ନର୍ସରି, ବୋଟ୍ ଲାଇବ୍ରେରି, ସହିଦ୍ ସ୍ତମ୍ଭ, କୁମ୍ଭୀର ପ୍ରଜନନ କେନ୍ଦ୍ର ଆଦି ଦେଖିପାରିବେ। ଚଳିତ ବର୍ଷ ବନ ବିଭାଗ ପକ୍ଷରୁ ମ୍ୟୁଜିୟମ୍କୁ ନୂଆରୂପ ଦିଆଯାଇଛି। ଯନ୍ତ୍ରଚାଳିତ ବୋଟ୍ ସହ ଡାଙ୍ଗମାଳ ଓ ଗୁପ୍ତିରେ ରହିଥିବା ଫାଇବର୍ ବୋଟ୍ରେ ମଧ୍ୟ ପର୍ଯ୍ୟଟକମାନେ ବୁଲି ଭିତରକନିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏବର୍ଷ ଭିତରକନିକାକୁ ସମ୍ପୂର୍ଣ୍ଣ ଭାବେ ପଲିଥିନ୍ମୁକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/01/bhitarakanika-dgdggd-2025-08-01-01-38-22.jpg)