ଦୀପୁ-ଓମ୍ ହତ୍ୟାକାଣ୍ଡ ମାମଲା : ଭୋଳାନାଥ ଭଗତଙ୍କ ଜାମିନ ଖାରଜ

କଟକ : ଧଳସାମନ୍ତ ଲିଙ୍କ୍‌ରେ ଗିରଫ ହୋଇଥିବା ଭୋଳାନାଥ ଭଗତ ଓରଫ୍ ଭୋଲାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଖାରଜ କରିଛନ୍ତି। ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ ମିଶ୍ର ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଦୀପୁ ଓ ଓରଫ୍ ମନୋଜ ମଲ୍ଲିକ ଓ ଓମ ପ୍ରକାଶ ସ୍ୱାଇଁ ଓରଫ ଓମ ହତ୍ୟାକାଣ୍ଡ ମାମଲାରେ ପୁଲିସ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସହିତ ସେମାନଙ୍କ ସହଯୋଗୀଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଭୋଲାଙ୍କୁ ବି ଗିରଫ କରାଯାଇଥିଲା। ଧଳସାମନ୍ତ, ଭୋଲା ଭଗତ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କମିସନରେଟ୍ ପୁଲିସ୍ କଟକ ସଦର ଏସଡିଜେଏମ୍ ଅଦାଲତରେ ଚାର୍ଜସଟ୍ ଦାଖଲ କରିଥିଲା। ଦୌରା ଅଦାଲତରେ ଜାମିନ ଖାରଜ ହେବା ପରେ ଭୋଲା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର