୯ରୁ ୧୮ ଯାଏଁ ଭୁବନେଶ୍ୱରରୁ ବରଗଡ଼ ରୋଡ଼ ମଧ୍ୟରେ ଚାଲିବ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର ସିଟି ସ୍ୱତନ୍ତ୍ର ଟ୍ରେନ୍‌

ବରଗଡ଼ ରୋଡ୍‌ରୁ ବଲାଙ୍ଗୀର ମଧ୍ୟରେ ରହିବ ବାତିଲ

ଭୁବନେଶ୍ୱର: ବଲାଙ୍ଗୀର ଏବଂ ଲୋଇସିଂହା ଷ୍ଟେସନ ମଧ୍ୟରେ ରେଳପଥ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ୨୦୨୦ ଅକ୍ଟୋବର ୯ରୁ ୧୮ ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଟ୍ରେନ୍‌କୁ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପୂର୍ବତଟ ରେଳପଥର ସୂଚନା ଅନୁସାରେ ୦୨୮୯୩/୦୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଟ୍ରେନ୍ ଅକ୍ଟୋବର ୯ରୁ ୧୮ ତାରିଖ ଯାଏଁ ଭୁବନେଶ୍ୱର ଏବଂ ବରଗଡ଼ ରୋଡ ମଧ୍ୟରେ ଚଳାଚଳ କରିବ ଏବଂ ଏହା ବରଗଡ଼ ରୋଡ ଠାରୁ ବଲାଙ୍ଗୀର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ ।

୦୨୮୬୧ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ ରାଉରକେଲାରୁ ଶନିବାର ଏବଂ ରବିବାର ବ୍ୟତୀତ ପ୍ରତିଦିନ ସକାଳ ୫ଟା ୧୦ରେ ବାହାରି ଦିନ ୧୨ଟା ୩୦ରେ ଭୁବନେଶ୍ୱର ପହଂଚିବ । ଫେରିବା ମାର୍ଗରେ ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ଅପରାହ୍ନ ୨ଟା ୧୦ରେ ବାହାରି ରାଉରକେଲାରେ ରାତି ୯ଟା ୪୦ରେ ପହଂଚିବ ।

୦୨୮୬୧ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ ଉଭୟ ଦିଗରୁ ରାଉରକେଲା ଏବଂ ଭୁବନେଶ୍ୱର ମଧ୍ୟରେ ରାଜଗଙ୍ଗପୁର, ବାମାରା, ଝାରସୁଗୁଡା, ରେଙ୍ଗାଲୀ, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଲଚର ରୋଡ୍, ଢେଙ୍କାନାଳ ଏବଂ ନରାଜ ମାର୍ଥାପୁରରେ ରହଣି କରିବ।

ସମ୍ବନ୍ଧିତ ଖବର