ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଚଳାଚଳରେ ସମୟ ପରିବର୍ତନ

ଚନ୍ଦ୍ରଶେଖରପୁର : ଆସନ୍ତା ଏପ୍ରିଲ୍‌ ୧୫ତାରିଖରୁ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍‌ ପରିବର୍ତ୍ତିତ ସମୟରେ ଚଳାଚଳ କରିବ। ନିର୍ଦ୍ଧାରିତ ସମୟ ସକାଳ ୬.୪୫ ମିନିଟ୍‌ ପରିବର୍ତ୍ତେ ଏହା ସକାଳ ୬.୩୦ ଅର୍ଥାତ ୧୫ ମିନିଟ୍‌ ପୂର୍ବରୁ ଭୁବନେଶ୍ୱରରୁ ଛାଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବଲାଙ୍ଗୀରରେ ମଧ୍ୟାହ୍ନ ୧.୪୦ମିନିଟ୍‌ ପରିବର୍ତ୍ତେ ମଧ୍ୟାହ୍ନ ୧.୨୫ରେ ପହଞ୍ଚିବ। ପରିବର୍ତ୍ତିତ ସମୟ ଅନୁସାରେ ଏହି ଇଣ୍ଟରସିଟି ଭୁବନେଶ୍ୱରରୁ ବଲାଙ୍ଗୀର ମଧ୍ୟରେ ବିଭିନ୍ନ ଷ୍ଟେସନଗୁଡ଼ିକରେ ମଧ୍ୟ ନୂତନ ସମୟରେ ଚଳାଚଳ କରିବ। ଏହି ଟ୍ରେନ୍‌ ମଞ୍ଚେଶ୍ୱରଠାରୁ ସକାଳ ୬.୪୧, ନରାଜ ମାର୍ଥାପୁରଠାରୁ ସକାଳ ୭.୦୮, ଢେଙ୍କାନାଳରୁ ସକାଳ ୭.୪୨, ମେରାମୁଣ୍ଡଳୀରୁ ସକାଳ ୮.୦୭, ତାଳଚେର ରୋଡ୍‌ରୁ ସକାଳ ୮.୨୨, ଅନୁଗୁଳରୁ ସକାଳ ୮.୫୨, ସମ୍ବଲପୁର ରୋଡ୍‌ରୁ ଦିନ ୧୦.୫୦, ସମ୍ବଲପୁରରୁ ପୂର୍ବାହ୍ଣ ୧୧.୨୦ରେ ଛାଡ଼ିବ। ମାତ୍ର ୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌ ଚଳାଚଳ ସମୟରେ କୌଣସି ପରିବର୍ତ୍ତନ ହୋଇ ନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର