ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଲୋକପ୍ରିୟ ବଜାର ତଥା ୟୁନିଟ୍-୨ସ୍ଥିତ ମାର୍କେଟ ବିଲ୍ଡିଂ ୫ ଦିନ ହେଲା ବନ୍ଦ ରହିଛି। ଆଗାମୀ ଦୁଇ ଦିନରେ ସମାଧାନ ନହେଲେ ଭୁବନେଶ୍ୱର ବନ୍ଦ ପାଇଁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍ ଚେତାବନୀ ଦେଇଛି। ଆଜି ମାର୍କେଟ ବିଲ୍ଡିଙ୍ଗ ବ୍ୟବସାୟୀ ସଂଘ ସହ ଅନ୍ୟାନ୍ୟ ବ୍ୟବସାୟୀ ସଂଘ ସାମିଲ ହୋଇ ଏକ ବୈଠକ କରିଛନ୍ତି। ଏହି ବୈଠକରେ ସରକାର ବା ପ୍ରଶାସନକୁ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ସଂଘ ମହଲତ ଦେଇଛି। ଏହି ଦୁଇ ଦିନ ମଧ୍ୟରେ ଯଦି ନିଷ୍ପତ୍ତି ନନେଲେ ତେବେ ଭୁବନେଶ୍ୱର ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଅଲ୍ ଓଡିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ଏହାପରେ ସଂଘ ପୁରା ରାଜ୍ୟକୁ ମଧ୍ୟ ବନ୍ଦ କରାଯିବା ନେଇ ଚେତାବନୀ ମଧ୍ୟ ଦେଇଛି। ଉଠା ଦୋକାନୀମାନଙ୍କୁ ମାର୍କେଟ ବିଲଡିଂରୁ ହଟାଇବା ପାଇଁ ୨୦୨୦ରେ ଏକ ଦସ୍ତାବିଜ୍ ପ୍ରସ୍ତୁତ ହୋଇଥିଲା । କିନ୍ତୁ କରୋନା ଯୋଗୁ ତାହା କାର୍ଯ୍ୟକ୍ଷମ ହୋଇପାରି ନଥିଲା। ଆଉ ଏହାକୁ ଲାଗୁ କରିବା ପାଇଁ ବହୁବାର ଦାବି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ନେଇ ସଂଘ ପକ୍ଷରୁ କୁହାଯାଇଛି।
ମାର୍କେଟ ବିଲ୍ଡିଂ ବନ୍ଦ ଘଟଣା: ଦୁଇ ଦିନ ମଧ୍ୟରେ ସମାଧାନ ନହେଲେ ଭୁବନେଶ୍ୱର ବନ୍ଦ ଚେତାବନୀ
/sambad/media/post_attachments/wp-content/uploads/2022/01/marketing-building.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)