ଭୁବନେଶ୍ବରରୁ ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ, ୩୩୫୪ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୧୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୩୭ଜଣଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୧୩ଜଣ ଚିହ୍ନଟ ହୋଇଥିବା ବେଳେ ୨୪ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜଧାନୀରେ ମୋଟ ୩୩୫୪ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ସହ ୨୦୬୧ଜଣ ସୁସ୍ଥ ହୋଇଥିବା ବେଳେ ୧୮ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ଭୁବନେଶ୍ବରରେ ୧୨୭୩ଟି ସକ୍ରିୟ ମାମଲା ରହିଛି।

ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୧୧୩ଜଣଙ୍କ ମଧ୍ୟରେ ଅଶୋକ ନଗରରୁ ଜଣେ, ବମିଖାଲରୁ ୨ଜଣ, ଡ଼ୁମୁଡ଼ୁମାରୁ ୨ଜଣ, ଆଇଆରସି ଭିଲେଜରୁ ଜଣେ, ପୋଖରୀପୁଟରୁ ଜଣେ, ଲକ୍ଷ୍ମୀ ବିହାରର ସୈନିକ ସ୍କୁଲ ନିକଟରୁ ଜଣେ, ଜାଗମରାରୁ ୨ଜଣ, ପ୍ରଶାନ୍ତି ବିହାରରୁ ଜଣେ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୫ଜଣ, ଆଇଗିଣିଆରୁ ୨ଜଣ, ଜୟଦେବ ବିହାରରୁ ଜଣେ, ଲୁମ୍ବିନି ବିହାରରୁ ୨ଜଣ, ଚନ୍ଦ୍ରଶେଖରପୁରର ଅରଟେଏ ଅଫିସ ନିକଟରୁ ଜଣେ, ଜୟଦେବ ବିହାରରୁ ୨ଜଣ, ୟୁନିଟ୍-୩ର ପ୍ରିୟା ଲଜ୍ ନିକଟରୁ ଜଣେ, ନୟାପଲ୍ଲୀର ବ୍ରିଟ କଲୋନୀରୁ ଜଣେ, ଘରୋଇ ଡାକ୍ତରଖାନାରୁ ଜଣେ, ଓଲଡ ଟାଉନର କପିଲେଶ୍ବର ନିକଟରୁ ୨ଜଣ, ଗଙ୍ଗନଗରର ଓୟୁଏଟି ନିକଟରୁ ୪ଜଣ, ବଡ଼ଗଡ଼ରୁ ୬ଜଣ, ଜଣେ ସରକାରୀ ଅଫିସର କର୍ମଚାରୀ, ବଡ଼ଗଡ଼ର ଝରଣା ସାହିରୁ ୨ଜଣ, ଘରୋଇ ଡାକ୍ତରଖାନାର ୯ଜଣ କର୍ମଚାରୀ, ଝାରପଡ଼ାରୁ ୨ଜଣ, ପଟିଆର କିଟ୍ କ୍ୟାମ୍ପସ ନିକଟରୁ ଜଣେ, ସତ୍ୟନଗରରୁ ୪ଜଣ, ଓଲଡ ଟାଉନର ସାମନ୍ତରାପୁର ନିକଟରୁ ଜଣେ, ଲକ୍ଷ୍ମୀସାଗରରୁ ଜଣେ, ଅଶୋକ ନଗରରୁ ୩ଜଣ, କଟକ ରୋଡର ଆସିଇ ଫ୍ୟାକ୍ଟ୍ରି ଲେନରୁ ୨ଜଣ, ଘାଟିକିଆରୁ ଜଣେ, ଖଣ୍ଡଗିରି ବାରିରୁ ଜଣେ, କଳିଙ୍ଗନଗର କେ-୮ରୁ ଜଣେ, ପଟିଆର ଶିଶୁ ବିହାରରୁ ଜଣେ, ୟୁନିଟ୍-୪ର ଶାସ୍ତ୍ରି ନଗରରୁ ଜଣେ, ନିଳାଦ୍ରୀ ବିହାରର ସେକ୍ଟର-୩ରୁ ଜଣେ, ଓଲଡ ଟାଉନର ସାମନ୍ତରାପୁର ନିକଟରୁ  ୨ଜଣ, ୟୁନିଟ-୯ରୁ ୫ଜଣ, ଗଙ୍ଗନଗର ବସ୍ତିରୁ ୮ଜଣ, ଭୀମପୁରରୁ ୯ଜଣ, ୟୁନିଟ-୮ ଓସିସି ବସ୍ତିରୁ ୭ଜଣ ଏବଂ ସାଲିଆ ସାହିରୁ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୨୪ଜଣଙ୍କ ମଧ୍ୟରେ ଆଇଆରସି ଭିଲେଜରୁ ୨ଜଣ, ଚିନ୍ତାମଣିଶ୍ବରରୁ ଜଣେ, ଟଙ୍କପାଣି ରୋଡରୁ ଜଣେ, ସାମନ୍ତରାପୁର ଲକ୍ଷ୍ମୀ ମଣ୍ଡପରୁ ୨ଜଣ, ରସୁଲଗଡ଼ର ଭାଗବତ ସନ୍ଧାନରୁ ଜଣେ, ନୟାପଲ୍ଲୀର କ୍ରିଷ୍ଣା ଟାୱାର ନିକଟରୁ ଜଣେ, ଓଲଡ ଟାଉନର ରମେଶ୍ବର ପାଟନାରୁ ଜଣେ, ବାପୁଜୀ ନଗରର ଶିଶୁ ଭବନରୁ ଜଣେ, ଜୟଦେବ ବିହାରରୁ ଜଣେ, ବରମୁଣ୍ଡାରୁ ୨ଜଣ, ଝାରପଡ଼ାରୁ ଜଣେ, ସତ୍ୟନଗରର କାଳି ମନ୍ଦିର ନିକଟରୁ ଜଣେ, ଗ୍ୟାରେଜ ଛକରୁ ଜଣେ, ବମିଖାଲରୁ ଜଣେ, ରେଣ୍ଟାଲ କଲୋନୀରୁ ଜଣେ, ଗଙ୍ଗନଗରର ବନଦୂର୍ଗା ମନ୍ଦିର ନିକଟରୁ ଜଣେ, ସତ୍ୟନଗରର ପଞ୍ଜାବୀ କଲୋନୀରୁ ଜଣେ, ସାମନ୍ତରାପୁରରୁ ୨ଜଣ, ଭଗବାନପୁରରୁ ଜଣେ ଏବଂ ଝାରପଡ଼ାରୁ ଜଣେ ରହିଛନ୍ତି।

ସମ୍ବନ୍ଧିତ ଖବର