ପୁଣି ଗଡ଼ିବ ଭୁବନେଶ୍ୱର-ବୋକାରୋ-ଧାନବାଦ ଗରିବ ରଥ ଏକ୍ସପ୍ରେସ

ଭୁବନେଶ୍ବର : ଭୁବନେଶ୍ୱର-ବୋକାରୋ-ଧାନବାଦ ତ୍ରି-ସାପ୍ତାହିକ ଗରିବ ରଥ ଏକ୍ସପ୍ରେସ(୧୨୮୩୨/୧୨୮୩୧) ଆସନ୍ତା ୧୪ ତାରିଖଠାରୁ ଭୁବନେଶ୍ୱରରୁ ଓ ୧୫ ତାରିଖରୁ ଧାନବାଦରୁ ପୁଣିଥରେ ଗଡ଼ିବା ଆରମ୍ଭ କରିବ। ଧାନବାଦ ଓ ଚନ୍ଦ୍ରପୁର ରେଳ ସେକ୍ସନରେ ଟ୍ରେନ୍‌ ଚଳାଚଳ ବନ୍ଦ ଯୋଗୁଁ ଏହି ଟ୍ରେନ୍‌କୁ ବୋକାରୋ ଷ୍ଟିଲ୍‌ ସିଟି ଓ ଧାନବାଦ ମଧ୍ୟରେ ଆଂଶିକ ବାତିଲ କରାଯାଇଥିଲା। ଆଂଶିକ ବାତିଲ ହୋଇଥିବା ଷ୍ଟେସନ୍‌ଗୁଡ଼ିକ ମଧ୍ୟରେ ଏହି ଟ୍ରେନ୍‌ ଏବେ ପୂର୍ବ ନିର୍ଧାରିତ ସମୟ ପରିବର୍ତ୍ତେ ପରିବର୍ତ୍ତିତ ସମୟରେ ଚଳାଚଳ କରିବ। ଉଭୟ ଦିଗରୁ ଭୁବନେଶ୍ୱର ଓ ଧାନବାଦ ମଧ୍ୟରେ ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର